Report Card Odisha

| Daily Odia News

ୱାଇନାଡ୍‌ରୁ ଲଢ଼ିବେ ରାହୁଲ….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

କଂଗ୍ରେସ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା କରିଛି | ଦଳ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ୩୯ଜଣ ଲୋକସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। କଂଗ୍ରେସ ପକ୍ଷରୁ ଜାରି କରାଯାଇଥିବା ପ୍ରଥମ ପର୍ଯ୍ୟାୟ ତାଲିକାରେ ରାହୁଲ ଗାନ୍ଧି ସ୍ଥାନ ପାଇଛନ୍ତି। ରାହୁଲ ଗାନ୍ଧିଙ୍କୁ କେରଳ ୱାଇନାଡ୍‌ରୁ ଲୋକସଭା ପ୍ରାର୍ଥୀ ଭାବେ ଲଢ଼ିବା ପାଇଁ କଂଗ୍ରେସ ଟିକଟ ଦେଇଛି। ସେହିପରି ଛତିଶଗଡ଼ ରାଜନନ୍ଦଗାଓଁରୁ ଭୂପେଶ ବାଘେଲ ଲିବାକୁ ଥିବାବେଳେ ଛତିଶଗଡ଼ ମହାସମୁନ୍ଦରୁ ତାମ୍ରଧ୍ବଜ ସାହୁ ଏବଂ ଥିରୁବନନ୍ତପୂରମରୁ ଶଶି ଥରୁର ଲୋକସଭା ସାଂସଦ ପ୍ରାର୍ଥୀ ହେବା ପାଇଁ ଦଳ ପକ୍ଷରୁ ଜାରି ତାଲିକାରେ ଦର୍ଶାଯାଇଛି। ତେବେ କଂଗ୍ରେସ ପକ୍ଷରୁ ଜାରି ପ୍ରଥମ ତାଲିକାରେ ଓଡ଼ିଶାର କୌଣସି ଲୋକସଭା ପାଇଁ କଂଗ୍ରେସ ଦଳ ପ୍ରାର୍ଥୀ ଘୋଷଣା କରିନାହିଁ। ଆଜି ଘୋଷିତ ୩୯ଜଣ ଆସନ ମଧ୍ୟରୁ ସର୍ବାଧିକ କେରଳରୁ ୧୫ ରହିଥିବାବେଳେ ଛତିଶଗଡ଼ରୁ ୬, କର୍ଣ୍ଣାଟକରୁ ୬, ତେଲେଙ୍ଗାନାରୁ ୪ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି।

 

Breaking News