ରିପୋର୍ଟ କାର୍ଡ / ପୁରୀ
ଶ୍ରୀମନ୍ଦିରକୁ ଲାଗି ରହିଥିବା ବରାହ ମନ୍ଦିରରୁ ଆଜି ଭୋରରୁ ପଥର ଖସିଛି। ପଥରଟି ଖସି ଏକାଦଶୀ ମନ୍ଦିର ଟିଣ ଛାତରେ ପଡ଼ିଥିଲା। ପରେ ପଥରଟି ତଳେ ପଡ଼ିଯାଇଥିଲା। ପଥର ଓଜନ ପ୍ରାୟ ଏକ କେଜିରୁ ଅଧିକ ହେବ। ବଡ ଦେଉଳରୁ ଖସିଥିବା ପଥରଟିକୁ ଶ୍ରୀମନ୍ଦିରର କମାଣ୍ଡର ସଂଗ୍ରହ କରି ରଖିଛନ୍ତି। ଏନେଇ ଏଏସଆଇକୁ ସୂଚନା ଦେଇଛନ୍ତି। ଦକ୍ଷିଣ ଘର ପଛ ପାଖ ତଥା ବିମଳା ମନ୍ଦିର ସମ୍ମୁଖରେ ରହିଛି ବରାହ ମନ୍ଦିର। ଏଏସ୍ଆଇ ପକ୍ଷରୁ ଦକ୍ଷିଣ ଘର ଉପର ଅଂଶର ମରାମତି କରାଯାଇଥିଲା। ମାଙ୍କଡ଼ମାନେ ଚଢ଼ିବା ଯୋଗୁ ଏହି ପଥର ଖସିଛି ନା ଆଉ କିଛି କାରଣ ଅଛି ତାହା ଜଣାପଡ଼ିନାହିଁ।






More Stories
ପ୍ରବଳ ବର୍ଷା ସମ୍ଭାବନା…..
ଶ୍ରୀମନ୍ଦିର ଦର୍ଶନରେ ବଡ଼ ପରିବର୍ତ୍ତନ…..
ଅର୍ଥ ବିଭାଗର ପତ୍ର; ୨,୨୪୮ କୋଟି ଫେରାଅ…..