ରିପୋର୍ଟ କାର୍ଡ / ଭୁବନେଶ୍ବର
ଓଡ଼ିଶାକୁ ଆଉ ୩ଟି ବନ୍ଦେ ଭାରତ ଏକ୍ସପ୍ରେସ୍ ମିଳିବା ସମ୍ଭାବନା ରହିଛି। ଏଥିପାଇଁ ରେଳ ମନ୍ତ୍ରଣାଳୟ ପକ୍ଷରୁ ଯୋଜନା ପ୍ରସ୍ତୁତ କରାଯାଉଛି। ଗୋଟିଏ ବନ୍ଦେ ଭାରତ ହାୱଡ଼ାରୁ ସମ୍ବଲପୁର ଜଙ୍କସନ ହୋଇ ଚଳାଚଳ କରିବାକୁ ଥିବାବେଳେ ଅନ୍ୟଟି ରାଞ୍ଚି ଭୁବନେଶ୍ବର ମଧ୍ୟରେ ଚାଲିବ। ବିଶାଖାପାଟଣା ଭାୟା ରାୟଗଡ଼ା ଦେଇ ରାଉରକେଲାକୁ ଆଉ ଗୋଟିଏ ବନ୍ଦେ ଭାରତ ଏକ୍ସପ୍ରେସ୍ ଚଳାଚଳ ପାଇଁ ରେଳ ମନ୍ତ୍ରଣାଳୟ ପକ୍ଷରୁ ଯୋଜନା ପ୍ରସ୍ତୁତ କରାଯାଉଛି। ରାଞ୍ଚି ଭୁବନେଶ୍ବର ବନ୍ଦେ ଭାରତ ଏକ୍ସପ୍ରେସ୍ ଦୁଇଦିନ ମୁରି, ଟାଟା ଏବଂ ବଡ଼ବିଲ ଦେଇ ଚାଲିବା ସମ୍ଭାବନା ରହିଛି। ଏହି ରେଳ ଫେରିବା ମାର୍ଗରେ କେନ୍ଦୁଝର ଭାୟା ବାଂଶପାଣି ଏବଂ ଚାଇବାସା ଦେଇ ଚଳାଚଳ କରିବ ବୋଲି ଜଣାପଡ଼ିଛି। ବାକି ୪ଦିନ ଭାୟା ମୁରି, ହିଞ୍ଜିଳି ଏବଂ ବାଲେଶ୍ବର ହୋଇ ଭୁବନେଶ୍ବରକୁ ଚଳାଚଳ କରିବ।






More Stories
୩୦ ସୁଦ୍ଧା ଚୂଡ଼ାନ୍ତ ପଞ୍ଚାୟତ ନିର୍ବାଚନ ସଂରକ୍ଷଣ ତାଲିକା…..
ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସାଂସଦ ଅପରାଜିତା…..
ଆଜି ରାଜ୍ୟ କ୍ୟାବିନେଟ ବୈଠକ….