ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବନ୍ଦୀ ଆତଙ୍କବାଦୀ ଅଭିଯୁକ୍ତ ୟାସିନ ମଲିକଙ୍କ ସଙ୍ଗଠନ ‘ଜମ୍ମୁ ଆଣ୍ଡ କାଶ୍ମୀର ଲିବରେସନ୍ ଫ୍ରଣ୍ଟ’ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ମୋଦୀ ସରକାର କାଶ୍ମୀର ବିଚ୍ଛିନ୍ନତାବାଦୀ ନେତା ୟାସିନ ମଲ୍ଲିକଙ୍କ ସଙ୍ଗଠନ ଉପରେ ୫ ବର୍ଷ ପାଇଁ ପ୍ରତିବନ୍ଧକ ଲଗାଇ ଦେଇଛନ୍ତି। ଆଗାମୀ ୫ ବର୍ଷ ପର୍ଯ୍ୟନ୍ତ ‘ଜମ୍ମୁ ଆଣ୍ଡ କାଶ୍ମୀର ଲିବରେସନ୍ ଫ୍ରଣ୍ଟ’ କୁ ବେଆଇନ୍ ସଂଗଠନ ବୋଲି ଘୋଷଣା କରିଛନ୍ତି ମୋଦୀ ସରକାର। ‘ଜମ୍ମୁ ଆଣ୍ଡ କାଶ୍ମୀର ଲିବରେସନ୍ ଫ୍ରଣ୍ଟ’ ଉପରେ ଆତଙ୍କବାଦ କାର୍ଯ୍ୟକଳାପରେ ସଂଯୋଗ ନେଇ ପ୍ରତିବନ୍ଧକ ଲଗାଇଛନ୍ତି। ଏହି ପ୍ରତିବନ୍ଧକ ପରେ ଗୃହମନ୍ତ୍ରୀ ଅମିତ ଶାହ ଚେତାବନୀ ଦେବା ଢଙ୍ଗରେ କହିଛନ୍ତି ଯେ ‘‘ଏହି ପ୍ରତିବନ୍ଧିତ ସଙ୍ଗଠନ ଜମ୍ମୁ-କାଶ୍ମୀରରେ ଆତଙ୍କ ଓ ବିଚ୍ଛିନ୍ନତାବାଦକୁ ପ୍ରୋତ୍ସାହିତ ଦେବା କାର୍ଯ୍ୟରେ ସାମିଲ ଅଛି । ଦେଶର ସୁରକ୍ଷା, ପ୍ରଭୁତା ତଥା ଅଖଣ୍ଡତାକୁ ଚ୍ୟାଲେଞ୍ଜ ଦେଉଥିବା କୌଣସି ବି ବ୍ୟକ୍ତି ବା ସଙ୍ଗଠନକୁ ଆଇନଗତ କଠୋର ପରିଣାମ ଭୋଗିବାକୁ ପଡ଼ିବ।’’ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ୨୦୧୯ରେ ଆତଙ୍କବାଦ ନିରୋଧୀ ଆଇନ ବେଆଇନ କାର୍ଯ୍ୟକଳାପ ଆଇନ, ୧୯୬୭ (ୟୁଏପିଏ) ଅଧୀନରେ ୟାସିନ ମଲ୍ଲିକଙ୍କ ସଂଗଠନ ଉପରେ ପ୍ରତିବନ୍ଧକ ଲଗାଇଥିଲା। ୟୁଏପିଏର ଧାରା ୩(୧) ଅନୁଯାୟୀ ସରକାର ଜମାତ-ଇ-ଇସଲାମି (ଜେଇଆଇ-ଜମ୍ମୁ-କଶ୍ମୀର)କୁ ନିଷିଦ୍ଧ କରିବାର କିଛି ଦିନ ପରେ ଏହି ପଦକ୍ଷେପ ନିଆଯାଇଛି।






More Stories
ରାଜ୍ୟ ସଭାରେ ଉଠିଲା ଓଡ଼ିଶାର ଜାତିଗତ ଭେଦଭାବ କଥା……
ସେବାତୀର୍ଥ ଓ କର୍ତ୍ତବ୍ୟ ଭବନ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ….
ସଂସଦ କାର୍ଯ୍ୟ ୯ ପର୍ଯ୍ୟନ୍ତ ମୁଲତବୀ…..