ରିପୋର୍ଟ କାର୍ଡ / ଭୁବନେଶ୍ୱର
ଭୁବନେଶ୍ୱର ମହାନଗର ନିଗମ କମିଶନର ବିଜୟ ଅମୃତା କୁଲାଙ୍ଗେଙ୍କୁ ନୂଆ ଦାୟିତ୍ୱ ମିଳିଛି । ବିଜୟ ଅମୃତା କୁଲାଙ୍ଗେଙ୍କୁ ଓମଫେଡର ନୂଆ MD ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର। ତାଙ୍କୁ ଯୁଗ୍ମ ସଚିବ ପାହ୍ୟାରେ ନିଯୁକ୍ତି ମିଳିଛି। ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ପ୍ରକାଶ ପାଇଛି ବିଜ୍ଞପ୍ତି। ଗତ ୨୩ ତାରିଖରେ ମେୟର, ଡେପୁଟି ମେୟର ଓ କର୍ପୋରେଟରମାନଙ୍କର ସିଟିଂ ଫି ବୃଦ୍ଧି ନେଇ ବିଏମସି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ବୋଲି ବିଜୟ ଅମୃତ କୁଲାଙ୍ଗେ ଗଣମାଧ୍ୟମରେ କହିଥିଲେ । ଘୋଷଣା ପରେ ରାଜନୈତିକ ଓ ପ୍ରଶାସନିକ ସ୍ତରରେ ହଟଚମଟ ସୃଷ୍ଟି ହୋଇଥିଲା । ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ତୁରନ୍ତ ଏଥିରେ ହସ୍ତକ୍ଷେପ କରି ମେୟର, ଡେପୁଟି ମେୟର ଓ କର୍ପୋରେଟମାନଙ୍କ ସିଟିଂ ଫି ବା ପାରିଶ୍ରମିକ ବାବଦରେ ବିଏମସି କମିଶନରଙ୍କ ଦେଇଥିବା ବିବୃତ୍ତି ତ୍ରୁଟି ଯୁକ୍ତ ବୋଲି କହିଥିଲା । ଏଥିସହ ବିଏମସି କମିଶନରଙ୍କ ପକ୍ଷରୁ ଦିଆଯାଇଥିବା ବିବୃତିକୁ ପ୍ରତ୍ୟାହାର କରିନିଆଯାଉଛି ବୋଲି ଉଲ୍ଲେଖ କରାଯାଇଥିଲା।






More Stories
ଆଜି ଚତୁର୍ଦ୍ଧାମୂର୍ତ୍ତିଙ୍କ ଆଡପ ମଣ୍ଡପ ବିଜେ…..
ଓଡିଶା ଆସିବେ ରାଷ୍ଟ୍ରପତି !…..
ଦୁର୍ବଳ ହେବ ଲଘୁଚାପ:ଏହି ଜିଲ୍ଲାକୁ ୟେଲୋ ଓ୍ବାର୍ନିଂ…..