ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡି କିଙ୍ଗପିନ୍ ଭାବେ ଦର୍ଶାଇବା ଉପରେ ପ୍ରତିକ୍ରିୟା ରଖିଛି ଆପ୍। ଦଳ ଅଭିଯୋଗ କରିଛି ଯେ, ଦୁର୍ନୀତି ଟଙ୍କା ନିର୍ବାଚନୀ ବଣ୍ଡ ମାଧ୍ୟମରେ ବିଜେପି ପାଖକୁ ଯାଇଛି। ଏକ ସାମ୍ବାଦିକ ସମ୍ମିଳନୀ କରି ଏପରି ଅଭିଯୋଗ ଆଣିଛନ୍ତି ଆପ୍ ମନ୍ତ୍ରୀ ଆତିଶୀ। ଆତିଶୀ କହିଛନ୍ତି ଯେ, ଦିଲ୍ଲୀର ତଥାକଥିତ ଅବକାରୀ ନୀତି ଦୁର୍ନୀତି ମାମଲାରେ ସିବିଆଇ ଏବଂ ଇଡି ଦ୍ୱାରା ତଦନ୍ତ କରାଯାଇଛି। ଗତ ଦୁଇ ବର୍ଷ ଧରି ତଦନ୍ତ ଚାଲିଆସୁଛି। ଏହି ଦୁଇ ବର୍ଷ ମଧ୍ୟରେ ବାରମ୍ବାର ଗୋଟିଏ ପ୍ରଶ୍ନ ଉଠିଛି ଯେ, ଦୁର୍ନୀତି ଟଙ୍କା ଗଲା କୁଆଡେ? ଯେଉଁ ଶରତ ଚନ୍ଦ୍ର ରେଡ୍ଡୀଙ୍କ ବିବୃତ୍ତି ଆଧାରରେ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରାଯାଇଛି, ସେ ଅରୋବିନ୍ଦ ଫାର୍ମାର ମାଲିକ, ଯିଏକି ନିର୍ବାଚନ ବଣ୍ଡ ମାଧ୍ୟମରେ ବିଜେପିକୁ ଅନୁଦାନ ଦେଇଛନ୍ତି। ଦୁର୍ନୀତି ଟଙ୍କା ବିଜେପି ପାଖକୁ ଯାଇଛି ବୋଲି ଆତିଶୀ ଅଭିଯୋଗ କରିଛନ୍ତି।






More Stories
୪ରେ କେରଳମ ଛୁଇଁବ ମୌସୁମୀ!….
ଲୋକ ଅଦାଲତ କିମ୍ବା ଡିଏଲ୍ଏସ୍ଏ ବିବାହ ବିଚ୍ଛେଦ ସମ୍ପର୍କରେ ନିଷ୍ପତ୍ତି ନେଇ ପାରିବେନି…..
ପୁଣି ବଢିଲା ସିଲିଣ୍ଡର ଦାମ୍ !….