ରିପୋର୍ଟ କାର୍ଡ / କେନ୍ଦୁଝର
ପୁଅର ଟାଙ୍ଗିଆ ଚୋଟରେ ବାପାଙ୍କର ମୃତ୍ୟୁ ହୋଇଥିବା ବେଳେ ମାଆ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଏଭଳି ହତ୍ୟାକାଣ୍ଡ ଘଟିଛି କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା କାଳିକାପ୍ରସାଦ ପଞ୍ଚାୟତ ବସେରା ଗାଁରେ। ସୂଚନା ଅନୁଯାୟୀ, ଆଜି କୌଣସି କାରଣରୁ ବାପ ପୁଅଙ୍କ ଭିତରେ ବଚସା ହୋଇଥିଲା। ଏହାପରେ ପୁଅ ଧ୍ୟାନ ମୁଣ୍ଡା ବାପା ଗୁରା ମୁଣ୍ଡା ଓ ମାଆ ପାଲି ମୁଣ୍ଡାଙ୍କୁ ଟାଙ୍ଗିଆରେ ଚୋଟ ପକାଇଥିଲା। ଏଥିରେ ଘଟଣାସ୍ଥଳରେ ହିଁ ବାପା ଗୁରା ମୁଣ୍ଡାଙ୍କ ର ମୃତ୍ୟୁ ହୋଇଥିଲା। ଏଣେ ମାଆ ପାଲି ମୁଣ୍ଡା ଗୁରୁତର ହୋଇଥିଲେ। ତାଙ୍କୁ ପଡ଼ୋଶୀମାନେ ଉଦ୍ଧାର କରି ମାଆ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ଖବର ପାଇ ଚମ୍ପୁଆ ପୋଲିସ ଅଭିଯୁକ୍ତ ପୁଅ ଧ୍ୟାନ ମୁଣ୍ଡାକୁ ଥାନାରେ ଅଟକ ରଖି ତଦନ୍ତ ଆରମ୍ଭ କରିଛି।






More Stories
ବଳାତ୍କାର ପରେ ହତ୍ୟା ମାମଲା: ଅଭିଯୁକ୍ତ ଏନକାଉଣ୍ଟରରେ ନିହତ…..
ପ୍ରେମିକ ସହ ମିଶି ସ୍ବାମୀ କୁ ହତ୍ୟା କଲା ସ୍ତ୍ରୀ…..
ଡିଏଭି ରେ ଗୋପାଳ ପଟ୍ଟନାୟକ ସ୍ମାରକୀ ଏବଂ ଇଂରାଜୀ ତର୍କ ପ୍ରତିଯୋଗିତା ଅନୁଷ୍ଠିତ……