Report Card Odisha

| Daily Odia News

ରାଜରାସ୍ତା,ଗାଧୁଆ ତୁଠ ଉପରେ ନଜର ରଖିବ ପୋଲିସ….

ରିପୋର୍ଟ କାର୍ଡ / ଭୁବନେଶ୍ବର

ରଂଗର ପର୍ବ ହୋଲି କୁ ଦୃଷ୍ଟିରେ ରଖି ରାଜଧାନୀ ଭୁବନେଶ୍ୱରରେ କମିସନରେଟ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ପୋଲିସ କେବଳ ରାଜରାସ୍ତା ନୁହେଁ, ବରଂ ଗାଧୁଆ ତୁଠ ଉପରେ ମଧ୍ୟ ନଜର ରଖିବ। ହୋଲି ପରବର୍ତ୍ତୀ ମୁହୂର୍ତ୍ତରେ ଦୁର୍ଘଟଣା ଏଡେଇବାକୁ ପୋଲିସ ଏଭଳି ପଦକ୍ଷେପ ଗ୍ରହଣ କରିଛି। ଅମାନିଆଙ୍କୁ ଜଗିବା ପାଇଁ ୩୧ଟି ସ୍ଥାନରେ ପୋଲିସ ଓ ଷ୍ଟ୍ରାଇକିଂ ଫୋର୍ସ ମୁତୟନ ହେବେ। ରାଜଧାନୀର ୪ଟି ଗାଧୁଆ ତୁଠରେ ପୋଲିସ ଜଗିବ‌େ। ପିସିଆର ଭ୍ୟାନ ସହ ୧୭ଟି ମୋବାଇଲ ଭେଇକିଲରେ ପୂରା ସହର ଉପରେ କଡ଼ା ନଜର ରଖାଯିବ। ମଦ ପିଇ ଗାଡ଼ି ଚଳାଇଲେ କାର୍ଯ୍ୟାନୁଷ୍ଠାନ ହେବ। ସେହିପରି ରୋଡ ରୋମିଓଙ୍କ ଉପରେ ମଧ୍ୟ ନଜର ରଖାଯିବ। ସିସିଟିଭି ଫୁଟେଜକୁ କଡ଼ାକଡ଼ି ଭାବେ ଯାଂଚ କରାଯିବ। ରସାୟନିକ ରଙ୍ଗ ବିକ୍ରି ମନା ହୋଇଥିବାରୁ ଏହା ଉପରେ ନଜର ରଖିବ ସ୍ୱତନ୍ତ୍ର ଟିମ୍। ଜଣେ ଡିସିପିଙ୍କ ନେତୃତ୍ୱରେ ୧୫ ପ୍ଲାଟୁନ ଫୋର୍ସ ମୁତୟନ ହେବେ। କମର୍ସିଆଲ ପାର୍ଟି କରୁଥିଲେ ପୁଲିସକୁ ସମସ୍ତ ତଥ୍ୟ ଦେବା ବାଧ୍ୟତାମୂଳକ।

 

 

Breaking News