ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଲୋକସଭା ନିର୍ବାଚନ ପାଇଁ ଏନଡିଏ ବିହାରରେ ଆସନ ବଣ୍ଟନ କରିସାରିଛି | ଯେଉଁଥିରେ ବିଜେପି ୧୭ଟି ଆସନରେ ନିର୍ବାଚନ ଲଢ଼ିବାକୁ ଥିବାବେଳେ ଜେଡିୟୁ ୧୬ଟି ଆସନରେ ପ୍ରତିଦ୍ବନ୍ଦିତା କରିବ | ସେହିପରି ଚିରାଗ ପାସୱାନଙ୍କ ଲୋକ ଜନଶକ୍ତି ପାର୍ଟି ୫ଟି ଆସନରେ ନିର୍ବାଚନ ଲଢ଼ିବ | ତେବେ ଆଜି ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଦଳ ଜନତା ଦଳ ୟୁନାଇଟେଡ୍ ଏହାର ୧୬ଟି ଆସନରେ ପ୍ରାର୍ଥୀ ଘୋଷଣା କରିଛି। ଏଥିରେ ଅନେକ ପୁରୁଣା ନାମ ଅଛି ଏବଂ କିଛି ନୂଆ ଚେହେରାଙ୍କ ମଧ୍ୟ ସୁଯୋଗ ଦିଆଯାଇଛି। ଜେଡିୟୁର ପ୍ରମୁଖ ବ୍ୟକ୍ତିଙ୍କ ମଧ୍ୟରେ ମୁଙ୍ଗେରରୁ ଲଲନ୍ ସିଂ, ବାଙ୍କାରୁ ଗିରିଧାରୀ ଯାଦବ, ସୁପୋଲରୁ ଦିଲଶ୍ୱର କାମାତ ପ୍ରମୁଖଙ୍କୁ ଟିକେଟ ଦିଆଯାଇଛି |






More Stories
ସୋନମ ୱାଙ୍ଗଚୁକଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ଅପଡେଟ୍ କଲା ହସ୍ପିଟାଲ….
ବଦଳିଲା NDA ସଂସଦୀୟ ଦଳର ନାମ…..
ISROର ସାଇଣ୍ଟିଷ୍ଟ ଚାକିରି ଛାଡିଲେ: ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ……