ରିପୋର୍ଟ କାର୍ଡ / ଭୁବନେଶ୍ୱର
ଓଡ଼ିଶା ପାଇଁ ଲୋକସଭା ପ୍ରାର୍ଥୀ ତାଲିକା ଜାରି କରିଛି ବିଜେପି। ହେଲେ ଏଥର ୪ ଜଣ ସାଂସଦଙ୍କ ଟିକଟ କଟିଛି। ପ୍ରକାଶ ପାଇଥିବା ତାଲିକାରେ କଳାହାଣ୍ଡି, ସମ୍ବଲପୁର, ବରଗଡ଼ ଓ ମୟୂରଭଞ୍ଜ ସାଂସଦଙ୍କ ନାଁ କଟିଛି। ଦୁଇଟି ଆସନରେ ପ୍ରାର୍ଥୀ ବଦଳିଛନ୍ତି। ବ୍ରହ୍ମପୁର ଓ କୋରାପୁଟ ଲୋକସଭା ନିର୍ବାଚନମଣ୍ଡଳୀ ପାଇଁ ନୂଆ ଚେହେରା ନେଇଛି ବିଜେପି। ୨୦୧୯ ସାଧାରଣ ନିର୍ବାଚନରେ ସମ୍ବଲପୁରରୁ ପ୍ରାର୍ଥୀ ହୋଇଥିଲେ ଦେବଗଡ଼ ରାଜା ନୀତିଶ ଗଙ୍ଗଦେବ। ସେ ବିଜୟୀ ହୋଇ ସଂସଦକୁ ଯାଇଥିଲେ। ହେଲେ ଏଥର ତାଙ୍କ ସ୍ଥାନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରାର୍ଥୀ ହୋଇଛନ୍ତି। ସେହିପରି କଳାହାଣ୍ଡିରୁ ସାଂସଦ ହୋଇଥିଲେ ବରିଷ୍ଠ ବିଜେପି ନେତା ବସନ୍ତ ପଣ୍ଡା। ତାଙ୍କ ସ୍ଥାନରେ ମାଳବିକା କେଶରୀ ଦେଓ ପ୍ରାର୍ଥୀ ହୋଇଛନ୍ତି। ମୟୂରଭଞ୍ଜରୁ ବିଶ୍ୱେଶ୍ୱର ଟୁଡୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ସେ କେନ୍ଦ୍ରମନ୍ତ୍ରୀ ହୋଇଥିଲେ। ତାଙ୍କ ସ୍ଥାନରେ ଏଥର ନୂଆ ମୁହଁ ଭାବେ ନବଚରଣ ମାଝୀଙ୍କୁ ଦଳ ପ୍ରାର୍ଥୀ କରିଛି। ୨୦୧୯ ସାଧାରଣ ନିର୍ବାଚନରେ କୋରାପୁଟରୁ ଜୟରାମ ପାଙ୍ଗୀ ପ୍ରାର୍ଥୀ ହୋଇଥିଲେ। ହେଲେ ଏଥର ନୂଆ ଚେହେରା ଭାବେ କାଲେରାମ ମାଝିଙ୍କୁ ଦଳ ପ୍ରାର୍ଥୀ କରାଯାଇଛି। ବ୍ରହ୍ମପୁରରେ ଭୃଗୁ ବକ୍ସିପାତ୍ରଙ୍କ ସ୍ଥାନରେ ପ୍ରଦୀପ ପାଣିଗ୍ରାହୀ ପ୍ରାର୍ଥୀ ହୋଇଛନ୍ତି।






More Stories
ଆଜି ମନ୍ତ୍ରୀ ପରିଷଦ ବୈଠକ…..
ଓଏଏସ୍ ଅଧିକାରୀଙ୍କ ବଦଳି……
୨୦ରୁ ଠିକାଦାରଙ୍କ ଆନ୍ଦୋଳନ…..