ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କୁ ମଦ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗିରଫ କରିଛି। ଇଡ଼ି ଅରବିନ୍ଦଙ୍କୁ ମୁଖ୍ୟ ଅଭିଯୁକ୍ତ ଭାବେ ବି ଦର୍ଶାଇଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଇଡି ହେପାଜତରେ ଥିବା ବେଳେ ଅରବିନ୍ଦ କେଜ୍ରିୱାଲଙ୍କ ସ୍ତ୍ରୀ ସୁନୀତା ଆଜି ଏକ ବଡ଼ ବୟାନ ଦେଇଛନ୍ତି। ସୁନୀତା କେଜ୍ରିୱାଲ କହିଛନ୍ତି,‘ମଦ ଦୁର୍ନୀତି ମାମଲାରେ ଇଡି ଗତଦୁଇବର୍ଷ ମଧ୍ୟରେ ୨୫୦ରୁ ଅଧିକ ଥର ଚଢ଼ାଉ କରିଛି। କିନ୍ତୁ ଏଯାବତ ଇଡ଼ି ଟଙ୍କାଟିଏ ବି ପାଇନାହିଁ। ଇଡି ମନୀଷ ସିସୋଦିଆ, ସଞ୍ଜୟ ସିଂହ ରହୁଥିବା ଘରେ ବି ଚଢ଼ାଉ କରିଛି। ତେବେ ଏହି ମଦ ଦୁର୍ନୀତି ଟଙ୍କା କେଉଁଆଡେ ଗଲା ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ଆସନ୍ତା ମାର୍ଚ୍ଚ ୨୮ ତାରିଖରେ ଅରବିନ୍ଦ ଦିଲ୍ଲୀ ହାଇକୋର୍ଟରେ ହାଜର ହୋଇ ଏସମ୍ପର୍କରେ ସମସ୍ତ ସୂଚନା ଦେବେ। ଏଥିସହିତ ପ୍ରମାଣ ବି ସମ୍ପୂର୍ଣ୍ଣ ଦେଶକୁ ଦେଖାଇବେ। ଅରବିନ୍ଦ ଇଡି ହେପାଜରେ ଥାଇ ବି ଦିଲ୍ଲୀବାସୀଙ୍କ ଚିନ୍ତାରେ ଅଛନ୍ତି । ଯେମିତି ସେମାନଙ୍କୁ କୌଣସି ଅସୁବିଧା ନହେଉ ସେଥିପାଇଁ ମନ୍ତ୍ରୀଙ୍କ ସହିତ ସେ ଯୋଗାଯୋଗରେ ବି ଅଛନ୍ତି।’ ମାର୍ଚ୍ଚ ୨୧ରେ ପଚରାଉଚରା ପରେ ଅରବନ୍ଦ କେଜ୍ରିୱାଲଙ୍କୁ ଇଡି ଗିରଫ କରିଥିଲା। ଗିରଫ ପରେ ବି ଅରବିନ୍ଦ କେଜ୍ରିୱାଲ ନିଜ ପଦରୁ ଇସ୍ତଫା ଦେଇ ନାହାନ୍ତି। ଆମ ଆଦମୀ ପାର୍ଟିର ନେତାମାନେ କହୁଛନ୍ତି ଅରବିନ୍ଦ ଦିଲ୍ଲୀର ମୁଖ୍ୟ ରହିବେ ଆବଶ୍ୟକ ପଡ଼ିଲେ ଜେଲରୁ ସେ ସରକାର ଚଲାଇବେ।






More Stories
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..