ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବଞ୍ଚିତ ବହୁଜନ ଅଘାଡି (ଭିବିଏ) ଅଧ୍ୟକ୍ଷ ପ୍ରକାଶ ଆମ୍ବେଦକର ମହାବିକାଶ ଅଘାଡିକୁ ଝଟକା ଦେଇଦେଇଛନ୍ତି | ମହାରାଷ୍ଟ୍ରର ଏମଭିଏ ସହ ମେଣ୍ଟ ଭାଙ୍ଗିଛନ୍ତି। ଗତ କିଛି ଦିନ ହେବ ମହାବିକାଶ ଅଘାଡି ଏବଂ ପ୍ରକାଶ ଆମ୍ବେଦକରଙ୍କ ପାର୍ଟି ମଧ୍ୟରେ ଆସନ ଭାଗବଣ୍ଟା ନେଇ ବିବାଦ ଲାଗି ରହିଥିଲା। ଏଥି ସହିତ କୃଷକ ନେତା ରାଜୁ ଶେଟ୍ଟୀ ମଧ୍ୟ ସ୍ୱାଧୀନ ଭାବରେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଘୋଷଣା କରିଛନ୍ତି। ସେହିପରି ଶିବସେନା ୟୁବିଟି ବୁଧବାର ସାଙ୍ଗଲି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ଯାହା ମହାରାଷ୍ଟ୍ର କଂଗ୍ରେସ ନେତୃତ୍ୱକୁ କ୍ରୋଧିତ କରିଛି। ସୂଚନାନୁସାରେ, ରାଜ୍ୟ କଂଗ୍ରେସ ନେତାମାନେ ଦିଲ୍ଲୀ ହାଇକମାଣ୍ଡଙ୍କୁ ଏ ବିଷୟରେ ସୂଚନା ଦେଇଛନ୍ତି ଏବଂ ସାଙ୍ଗଲି ଆସନରେ ବନ୍ଧୁତ୍ୱପୂର୍ଣ୍ଣ ପ୍ରତିଯୋଗିତାର ବିକଳ୍ପ ମଧ୍ୟ ପରାମର୍ଶ ଦେଇଛନ୍ତି। ବର୍ତ୍ତମାନ କଂଗ୍ରେସ ହାଇକମାଣ୍ଡଙ୍କ ପରବର୍ତ୍ତୀ ଆଦେଶକୁ ରାଜ୍ୟ ନେତୃତ୍ୱ ଅପେକ୍ଷା କରିଥିବା ଜଣାପଡିଛି






More Stories
ରାଜଧାନୀ ଏକ୍ସପ୍ରେସରେ ଭୟଙ୍କର ଅଗ୍ନିକାଣ୍ଡ…..
ଦେଶ ହେବ ନିଶାମୁକ୍ତ…..
ଯିଏ ଚାହିଁବ ଦଳ ଛାଡ଼ି ପାରିବ…..