Report Card Odisha

| Daily Odia News

ଏରାଗୋଲା ଗ୍ୟାଙ୍ଗର ପର୍ଦ୍ଦାଫାଶ୍ କଲା କମିଶନରେଟ ପୋଲିସ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ବାଟୁଳି ମାରି କାର କାଚ ଭାଙ୍ଗନ୍ତି ଲୁଟ ପାଟ କରନ୍ତି ।ରାଜଧାନୀବାସୀଙ୍କ ନିଦ ହଜାଇ ଦେଇଥିବା ଏରାଗୋଲା ଗ୍ୟାଙ୍ଗର ପର୍ଦ୍ଦାଫାଶ୍ କରିଛି କମିଶନରେଟ ପୋଲିସ। ୧୧ ଜଣ ଲୁଟେରା ଓ ଡକାୟତ ଙ୍କୁ ଗିରଫ କରିଛି ସ୍ପେଶାଲ ସ୍କ୍ୱାର୍ଡ । ସେମାନଙ୍କ ଠାରୁ ୧୭ ଟି ସୁନା ଚେନ, ସୁନା ଅଳଙ୍କାର , ୨ ଲକ୍ଷରୁ ଉର୍ଦ୍ଧ ନଗଦ ଟଙ୍କା ଜବତ କରାଯାଇଛି। ସମସ୍ତ ୧୧ ଜଣ ଅଭିଯୁକ୍ତ ଏରାଗୋଲା ଗ୍ୟାଙ୍ଗର ବୋଲି ଜଣାପଡିଛି। ବ୍ୟାଙ୍କ ରୁ ଫେରୁଥିବା ଲୋକଙ୍କୁ ମଧ୍ୟ ଏମାନେ ଟାର୍ଗେଟ କରନ୍ତି । ଅସାବଧାନତାର ସୁଯୋଗ ନେଇ ଗାଡିର ଡିକି ମଧ୍ୟ ସେମାନେ ଭାଙ୍ଗୁଥିଲେ। ସିସିଟିଭି ଫୁଟେଜରେ ଅତି ଚତୁରତାର ସହ କିଭଳି ଲୁଟ କରାଯାଉଛି ତାହା ପୋଲିସ ଅନୁଧ୍ୟାନ କରିବା ପରେ ଗ୍ୟାଙ୍ଗର ସଦସ୍ୟଙ୍କୁ ଧରିଥିଲା।

Breaking News