ରିପୋର୍ଟ କାର୍ଡ / ଭୁବନେଶ୍ୱର
ବାଟୁଳି ମାରି କାର କାଚ ଭାଙ୍ଗନ୍ତି ଲୁଟ ପାଟ କରନ୍ତି ।ରାଜଧାନୀବାସୀଙ୍କ ନିଦ ହଜାଇ ଦେଇଥିବା ଏରାଗୋଲା ଗ୍ୟାଙ୍ଗର ପର୍ଦ୍ଦାଫାଶ୍ କରିଛି କମିଶନରେଟ ପୋଲିସ। ୧୧ ଜଣ ଲୁଟେରା ଓ ଡକାୟତ ଙ୍କୁ ଗିରଫ କରିଛି ସ୍ପେଶାଲ ସ୍କ୍ୱାର୍ଡ । ସେମାନଙ୍କ ଠାରୁ ୧୭ ଟି ସୁନା ଚେନ, ସୁନା ଅଳଙ୍କାର , ୨ ଲକ୍ଷରୁ ଉର୍ଦ୍ଧ ନଗଦ ଟଙ୍କା ଜବତ କରାଯାଇଛି। ସମସ୍ତ ୧୧ ଜଣ ଅଭିଯୁକ୍ତ ଏରାଗୋଲା ଗ୍ୟାଙ୍ଗର ବୋଲି ଜଣାପଡିଛି। ବ୍ୟାଙ୍କ ରୁ ଫେରୁଥିବା ଲୋକଙ୍କୁ ମଧ୍ୟ ଏମାନେ ଟାର୍ଗେଟ କରନ୍ତି । ଅସାବଧାନତାର ସୁଯୋଗ ନେଇ ଗାଡିର ଡିକି ମଧ୍ୟ ସେମାନେ ଭାଙ୍ଗୁଥିଲେ। ସିସିଟିଭି ଫୁଟେଜରେ ଅତି ଚତୁରତାର ସହ କିଭଳି ଲୁଟ କରାଯାଉଛି ତାହା ପୋଲିସ ଅନୁଧ୍ୟାନ କରିବା ପରେ ଗ୍ୟାଙ୍ଗର ସଦସ୍ୟଙ୍କୁ ଧରିଥିଲା।






More Stories
୨୦ରୁ ଠିକାଦାରଙ୍କ ଆନ୍ଦୋଳନ…..
ପାରାଦୀପରେ ହେବ ବ୍ଲୁ ଫ୍ଲାଗ୍ ବିଚ୍…..
୩ ରାଜ୍ୟସଭା ଆସନ ଦଖଲ କରିବ ବିଜେପି….