ରିପୋର୍ଟ କାର୍ଡ / ଛତିଶଗଡ଼
ବିଜାପୁରରେ ସୁରକ୍ଷା ଏଜେନ୍ସି ସହ ଗୁଳି ବିନିମୟରେ ୧୩ ଜଣ ନକ୍ସଲ ନିହତ ହୋଇଛନ୍ତି। ନକ୍ସଲ ବିରୋଧୀ ଅଭିଯାନ ଇତିହାସରେ ଛତିଶଗଡ଼ ପୋଲିସକୁ ସବୁଠାରୁ ବଡ଼ ସଫଳତା ମିଳିଛି। ଏପ୍ରିଲ ୧ ଓ ୨ ତାରିଖ ରାତିରେ ବିଜାପୁର ଜିଲ୍ଲାର ଗଙ୍ଗାଲୁରର ଲନ୍ଦ୍ରା ଓ କୋର୍ଚୋଲି ଅଞ୍ଚଳରେ ଏକ ହଜାରରୁ ଅଧିକ ସୁରକ୍ଷା ବାହିନୀ ଦ୍ୱାରା କରାଯାଇଥିବା ଅପରେସନରେ ୧୩ ଜଣ ନକ୍ସଲ ନିହତ ହୋଇଥିଲେ। ସେମାନଙ୍କ ମୃତଦେହ ଉଦ୍ଧାର କରାଯାଇଛି। ବହୁ ସଂଖ୍ୟକ ନକ୍ସଲ ଗୁରୁତର ଆହତ ହୋଇଥିବା ଖବର ମଧ୍ୟ ମିଳିଛି | ଏ ନେଇ ବସ୍ତର ରେଞ୍ଜର ଆଇଜି ପି ସୁନ୍ଦରରାଜ ବୁଧବାର କହିଛନ୍ତି। ପୋଲିସ କହିଛି ଯେ ଯେଉଁ ଅଞ୍ଚଳରେ ଗୁଳି ବିନିମୟ ହୋଇଥିଲା ତାହା ନକ୍ସଲଙ୍କ ସୁରକ୍ଷିତ ଆଶ୍ରୟସ୍ଥଳୀ ବୋଲି ବିବେଚନା କରାଯାଉଥିଲା କିନ୍ତୁ ଗତ ତିନି ମାସ ମଧ୍ୟରେ ଏହି ଅଞ୍ଚଳରେ ସୁରକ୍ଷା ବାହିନୀର ୧୬ଟି ନୂଆ କ୍ୟାମ୍ପ ଖୋଲାଯାଇଛି।






More Stories
ଅସ୍ତ୍ର ବିରତି ସତ୍ତ୍ବେ ଇସ୍ରାଏଲର ଆକ୍ରମଣ ଜାରି….
ସାରା ରାଜ୍ୟ ଉପରେ ରହିବ ସରକାରଙ୍କ ନଜର….
ଆଜି ଆସାମ,କେରଳ ଓ ପୁଡୁଚେରୀ ନିର୍ବାଚନ…..