Report Card Odisha

| Daily Odia News

କାରଣ ଦର୍ଶାଅ ନୋଟିସ୍ ର ଉତ୍ତର ଦେଲେ ସୁର…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

କଂଗ୍ରେସର ବରିଷ୍ଠ ନେତା ସୁର ରାଉତରାୟ ତାଙ୍କ ବିରୋଧରେ ଦଳ ପକ୍ଷରୁ ଜାରି ହୋଇଥିବା କାରଣ ଦର୍ଶାଅ ନୋଟିସର ଉତ୍ତର ଦେଇଛନ୍ତି। ଆଜି ସେ କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ଭେଟି ତାଙ୍କ ନିକଟରେ କାରଣ ଦର୍ଶାଅ ନୋଟିସର ଉତ୍ତର ଦେଇଛନ୍ତି। ସେ କହିଛନ୍ତି, ମୁଁ ପୁଅ ପାଇଁ କୌଣସି ସଭାସମିତିରେ ଭୋଟ୍‌ ମାଗି ନାହିଁ। ଏନେଇ ସୋସିଆଲ ମିଡିଆରେ ଅପପ୍ରଚାର କରାଯାଉଛି। ପୁଅ ପାଇଁ ପ୍ରଚାର କରୁଥିବା ଅଭିଯୋଗ ଆସିବା ପରେ ତାଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ସେନେଇ ଏକ ଦଳ ପକ୍ଷରୁ ଏକ ନୋଟିସ୍ ଜାରି କରାଯାଇଥିଲା। ସେ ଅନ୍ୟ କୌଣସି ଦଳ ପାଇଁ ପ୍ରଚାର କରିବେ ନାହିଁ ବୋଲି ସ୍ପଷ୍ଟ କରି ନୋଟିସ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ। କିନ୍ତୁ, କୌଣସି ଦଳ ବାପା-ପୁଅ ସମ୍ପର୍କକୁ ବାଧା ଦେଇପାରିବ ନାହିଁ ବୋଲି ସେ କହିଥିଲେ। ମୁଁ ହୁଏତ ପୁଅର ପାର୍ଟି ବୈଠକରେ ଯୋଗ ଦେଇ ପାରିବି ନାହିଁ, ରାଲି କରି ପୁଅର ପାର୍ଟି ପତାକା ଧରିପାରିବି ନାହିଁ। କିନ୍ତୁ, ମୁଁ କିପରି ନିଜ ପୁଅକୁ ଅଣଦେଖା କରିପାରିବି | ସୁର ପ୍ରଶ୍ନ କରିଥିଲେ।
ଯଦି ଲୋକମାନେ ମୋତେ କାହାକୁ ଭୋଟ୍ ଦେବାକୁ କୁହନ୍ତି। ମୁଁ ସେମାନଙ୍କୁ ମୋ ପୁଅ ସପକ୍ଷରେ ଭୋଟ୍ ଦେବାକୁ ପରାମର୍ଶ ଦେବି ବୋଲି ବରିଷ୍ଠ ନେତା କହିଥିଲେ। ମୁଁ ମୋ ପୁଅକୁ ସମର୍ଥନ କରିବା ପରେ ମୋ ପାର୍ଟି ଏକ କାରଣ ଦର୍ଶାଅ ନୋଟିସ ଜାରି କରିଛି ବୋଲି ସେ କହିଥିଲେ। ମୋତେ ନିଲମ୍ବିତ କରାଯାଇପାରେ। କିନ୍ତୁ, ମୁଁ କିପରି ମୋ ପୁଅକୁ ଅଣଦେଖା କରିପାରିବି|ସେ ପଚାରିଲେ। ଅନ୍ୟପକ୍ଷରେ ବରିଷ୍ଠ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ସୁରଙ୍କ ସପକ୍ଷରେ ବାହାରିଥିଲେ। ବାହିନୀପତି କହିଥିଲେ କାରଣ ଦର୍ଶାଅ ନୋଟିସ୍ ଜାରି କରାଯିବା ଉଚିତ୍ ନୁହେଁ। ପିସିସି ସଭାପତି ନୋଟିସ ପ୍ରତ୍ୟାହାର କରି ନେବାକୁ ସେ ଦାବି କରିଥିଲେ।

Breaking News