ରିପୋର୍ଟ କାର୍ଡ / ଭୁବନେଶ୍ୱର
ମେଷ: ପ୍ରାପ୍ତ କ୍ଷମତାର ସୁବିନିଯୋଗ କରିବେ। କ୍ଷମାଶୀଳ ଗୁଣ ଯୋଗୁଁ ଆପଣଙ୍କ ପ୍ରଶାସନ ସବୁରୀ ଗ୍ରହଣୀୟ ହେବ। ଦୀନ, ଦରିଦ୍ରଙ୍କ ଭାଗ୍ୟ ପରିବର୍ତ୍ତନରେ ସହାୟକ ହୋଇପାରନ୍ତି। ସୁସ୍ଥ ଜୀବନ ବିତାଇବେ।
ବୃଷ: ମାନସିକ ସଂଘାତ ଅନୁଭବ କରିପାରନ୍ତି। ଆପଣଙ୍କ ରସହୀନ ହୃଦୟ ଆଜି ଦିନରେ କିଛି ସମୟ ପାଇଁ ପାଷାଣ ସଦୃଶ୍ୟ ହୋଇପାରେ। କ୍ଲେଶର ମୁକ୍ତିର ଦ୍ବାର ବିଦ୍ୟାକୁ ସ୍ମରଣ କଲେ ବିପଦମୁକ୍ତ ହେବେ।
ମିଥୁନ: ସମ୍ବେଦନା ସହିତ ଯୋଡ଼ି ହେଲେ ସେବାର ସାର୍ଥକତା ଉପଲବ୍ଧ ହେବ। ନିଜ ମନରେ ସାହସ ଓ ଆତ୍ମପ୍ରତ୍ୟେୟ ସୃଷ୍ଟି ହେଲେ ସେବାର ଚରମ ସୀମାରେ ଉପନୀତ ହେବେ। ପତ୍ନୀଙ୍କ ଉପଦେଶ ଗ୍ରହଣୀୟ ହେବ।
କର୍କଟ:ଶତ୍ରୁକୁ ଦୁର୍ବଳ ମନେ କରନ୍ତୁ ନାହିଁ। ଅନୁଜ ଓ ଅଗ୍ରଜମାନଙ୍କ ସହାୟତା ମିଳିବ। ରଣକୌଶଳ ଉପାଦେୟ ହେବ। ଋଣ ପରିଶୋଧ କରିପାରନ୍ତି। ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରିବେ। ସୁସ୍ଥ ଓ ନିରାମୟ ରହିବେ।
ସିଂହ: ଦୈବୀଶକ୍ତିସମ୍ପନ୍ନା କନ୍ୟା ସନ୍ତାନ ଜନ୍ମ ହୋଇପାରେ। ସେବା ଓ ପରୋପକାରକୁ ଜୀବନର ବ୍ରତଭାବେ ଗ୍ରହଣ କରିବେ। ପତ୍ନୀଙ୍କ ଆୟରୁ ଆର୍ଥିକ ସ୍ଥିତି ଦୃଢ଼ ହେବ। ବ୍ୟବସାୟ ଲାଭପ୍ରଦ ହୋଇପାରେ।
କନ୍ୟା: ସନ୍ମାର୍ଗୀ ହୋଇ ନିଜର ଉତ୍ତର ଦାୟିତ୍ବ ନିର୍ବାହ କରିବେ। ପରୋପକାର ଲାଗି ଜୀବନକୁ ଉତ୍ସର୍ଗ କରିପାରନ୍ତି। ଚାରା ରୋପଣ କରିପାରନ୍ତି। ଉତ୍ତମ ରୋଜଗାର ହେବ। କର୍ମଠ ଓ କର୍ମଚଞ୍ଚଳ ରହିବେ।
ତୁଳା : ସକଳ ଗୁଣଯୁକ୍ତ, ସୁଖୀ ଓ କାବ୍ୟ ଶାସ୍ତ୍ରାନୁରକ୍ତ ହେବେ। ଈଶ୍ବରୀୟ ବିଭୂତି ପ୍ରାପ୍ତ ହୋଇପାରନ୍ତି। ପ୍ରଜ୍ଞାର ଉନ୍ମେଷ ପାଇଁ ପ୍ରାର୍ଥନାରତ ହେବେ। ଭାଷା ଅମୃତ ତୁଲ୍ୟ ହେବ। ଧନାଗମର ସୂଚନା ମିଳୁଛି।
ବିଛା: ସକଳ ସୃଜନୀକୁ ଲୋକଲୋଚନକୁ ଆଣିପାରନ୍ତି। ଦୈବୀ ବଳରେ ମହାଶକ୍ତି, ମହାଦ୍ୟୁତିସମ୍ପନ୍ନ ହେବେ। ସଂଯମପୂର୍ଣ୍ଣ ସତ୍ଚରିତ୍ରର ନିଦର୍ଶନ ହେବେ। ନିଜ କର୍ତ୍ତବ୍ୟ ପଥରେ ଆରୁଢ଼ ହୋଇପାରନ୍ତି।
ଧନୁ: ଜୀବନର ସାରବତ୍ତାକୁ ପାଥେୟ କରି ସେବା ଓ ଦାନ କ୍ଷେତ୍ରରେ ଅଗ୍ରଗଣ୍ୟ ହୋଇପାରନ୍ତି। ନିଜ ପ୍ରଗତିଶୀଳ ପଦକ୍ଷେପକୁ ଲୋକଲୋଚନକୁ ଆଣିେବ। ଆତ୍ମଶକ୍ତି ଉପରେ ବିଶ୍ବାସ କରିବେ।
ମକର:ସମାଜ ସୁଧାରକ ବ୍ୟକ୍ତିତ୍ବର ଝଲକରେ ଅନୁପ୍ରାଣିତ ହୋଇ ପରମାର୍ଥ ପନ୍ଥା ଅନୁସରଣ କରିପାରନ୍ତି। ନିଷ୍କପଟ, କଳୁଷମୁକ୍ତ ଓ ସ୍ବଚ୍ଛ ସ୍ବଭାବସମ୍ପନ୍ନ ହେବେ। ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରିପାରନ୍ତି।
କୁମ୍ଭ:ଜଣେ ଜ୍ଞାନୀ ହିସାବରେ ଶ୍ରେୟକୁ ଗ୍ରହଣ କରି ହେୟକୁ ପରିତ୍ୟାଗ କରିପାରନ୍ତି। ଆତ୍ମା, ଶାଶ୍ବତ ଓ ପୁରାତନ, ସେ ଅଦୃଶ୍ୟ ହୋଇ ଅନ୍ତରରେ ବାସ କରନ୍ତି। ଆତ୍ମ ଶକ୍ତି ପ୍ରୟୋଗରେ ଦୁର୍ଗତି ଦୂର ହେବ।
ମୀନ:ପରସ୍ପର ସ୍ନେହ ରହିଲେ ଘର ବୈକୁଣ୍ଠ ସମାନ ହେବ। ପରିବାର ରୂପୀ ସଂସ୍କାରଶାଳାକୁ ଉତ୍ତମ ରୂପେ ଅନୁଭବ କରିବା ଆବଶ୍ୟକ। ନିଜର ଅବିଗୁଣକୁ ପରିତ୍ୟାଗ କଲେ ଜୀବନ ସୁଖମୟ ହେବ। ଦୟାଳୁ ହେବେ।






More Stories
ସତର୍କ ରୁହନ୍ତୁ…..
କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ…..
ସୁଖୀ ରହିବେ…..