ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଲୋକସଭା ନିର୍ବାଚନ ୨୦୨୪ ପାଇଁ କଂଗ୍ରେସ ୧୩ତମ ପ୍ରାର୍ଥୀ ତାଲିକା ଜାରି କରିଛି। ପ୍ରକାଶିତ ତାଲିକାରେ ଆଉ ୩ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ଗୁଜୁରାଟର ୩ଟି ଲୋକସଭା ନିର୍ବାଚନ ମଣ୍ଡଳୀ ସୁରେନ୍ଦ୍ରନଗର, ଜୁନାଗଡ଼ ଓ ଭଦୋଦରା ପାଇଁ ଦଳ ପ୍ରାର୍ଥୀମାନଙ୍କ ନାମ ଘୋଷଣା କରିଛି । ସୁରେନ୍ଦ୍ରନଗରରୁ ରିତ୍ବିକ ଭାଇ ମକୱାନା, ଜୁନାଗଡ଼ରୁ ହୀରା ଭାଇ ଜୋତୱା ଓ ଭଦୋଦରାରୁ ଜସପାଲ ସିଂ ପୋଧିଆରଙ୍କୁ ଦଳ ଟିକେଟ୍ ଦେଇଛି। କଂଗ୍ରେସ ଏପର୍ଯ୍ୟନ୍ତ ୨୩୫ ଜଣ ପ୍ରାର୍ଥୀଙ୍କ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଦଳ ପୂର୍ବରୁ ୧୨ଟି ଭିନ୍ନ ଭିନ୍ନ ତାଲିକାରେ ୨୩୨ ଜଣ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ଏପର୍ଯ୍ୟନ୍ତ ଉତ୍ତରପ୍ରଦେଶର ଆମେଥି ଓ ରାୟବରେଲି ପାଇଁ ପ୍ରାର୍ଥୀ ଘୋଷଣା କରିନାହିଁ । ଏହି ଦୁଇ ଆସନରୁ ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧି ଲଢିବା ନେଇ ଚର୍ଚ୍ଚା ହେଉଛି ।







More Stories
ଅସ୍ତ୍ର ବିରତି ସତ୍ତ୍ବେ ଇସ୍ରାଏଲର ଆକ୍ରମଣ ଜାରି….
ସାରା ରାଜ୍ୟ ଉପରେ ରହିବ ସରକାରଙ୍କ ନଜର….
ଆଜି ଆସାମ,କେରଳ ଓ ପୁଡୁଚେରୀ ନିର୍ବାଚନ…..