ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଜମ୍ମୁ-କାଶ୍ମୀରର ଉରିରେ ଆତଙ୍କବାଦୀ ଅନୁପ୍ରବେଶ ଉଦ୍ୟମକୁ ଭଣ୍ଡୁର କରିଛି ସେନା। ବର୍ତ୍ତମାନ ଅଞ୍ଚଳରେ ତଲାସୀ ଅଭିଯାନ ଚାଲିଛି। ଏପର୍ଯ୍ୟନ୍ତ ପ୍ରାପ୍ତ ସୂଚନା ମୁତାବକ, ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିବା ଜଣେ ଆତଙ୍କବାଦୀ ସେନା ଦ୍ବାରା ନିହତ ହୋଇଛି। ବିଶେଷ ସୂତ୍ରରୁ ପ୍ରକାଶ ଯେ, ଭାରତୀୟ ସେନା ଏବଂ ଜାମ୍ମୁ କାଶ୍ମୀର ପୁଲିସ ସବୁରା ନାଲା ଉରି ସେକ୍ଟରରେ ଅନୁପ୍ରବେଶ ଉଦ୍ୟମକୁ ବିଫଳ କରିଛି। ଶୁକ୍ରବାର ସକାଳେ ସେନା ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ସମ୍ପର୍କ ସ୍ଥାପନ ହୋଇଥିଲା ଏବଂ ଅପରେସନ ଏବେ ମଧ୍ୟ ଜାରି ରହିଛି। ଅଞ୍ଚଳରେ ଗୁଳି ବିନିମୟ ଜାରି ରହିଛି।






More Stories
ସୋନମ ୱାଙ୍ଗଚୁକଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ଅପଡେଟ୍ କଲା ହସ୍ପିଟାଲ….
ବଦଳିଲା NDA ସଂସଦୀୟ ଦଳର ନାମ…..
ISROର ସାଇଣ୍ଟିଷ୍ଟ ଚାକିରି ଛାଡିଲେ: ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ……