Report Card Odisha

| Daily Odia News

ବିଜେପିରେ ମିଶିଲେ ଅମରେନ୍ଦ୍ର ଦାସ….

ରିପୋର୍ଟ କାର୍ଡ / ଜଗତସିଂହପୁର

ବିଜେପିରେ ଯୋଗ ଦେଲେ ଜଗତସିଂହପୁରର ପୂର୍ବତନ ଜିଲ୍ଲା ବିଜେଡି ସଭାପତି ଅମରେନ୍ଦ୍ର ଦାସ। ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ସେ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି। ଅମରେନ୍ଦ୍ରଙ୍କ ସହ ତାଙ୍କର ଶତାଧିକ ସମର୍ଥକ ମଧ୍ୟ ଆଜି ବିଜେପିରେ ଯୋଗ ଦେଇଛନ୍ତି। ବିଜେପିରେ ଯୋଗଦେବା ପରେ ବିଜେଡି ଉପରେ ବର୍ଷିଛନ୍ତି ଅମରେନ୍ଦ୍ର। ସେ କହିଛନ୍ତି, ଯେଉଁଘରକୁ ଆମେ ୨୭ବର୍ଷ ହେଲା ପରିଶ୍ରମ କରି ତୋଳିଥିଲୁ, ସେହିଘରେ ପେଇଙ୍ଗ ଗେଷ୍ଟକୁ ସ୍ୱାଗତ କରାଯାଉଛି। ହେଲେ ଘରର ପୁଅର କୌଣସି ସ୍ଥାନ ନାହିଁ। ଏହି ଅନ୍ୟାୟ ବିରୋଧରେ ଜଗତସିଂହପୁର ମାଟି ସ୍ୱର ଉଠାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ବିଜେପିରେ ଯୋଗ ଦେଇଥିବା ଅମରେନ୍ଦ୍ର କହିଛନ୍ତି।

Breaking News