ରିପୋର୍ଟ କାର୍ଡ / କଳାହାଣ୍ଡି
ନର୍ଲା ରେଲୱେ ଷ୍ଟେସନ ନିକଟରେ ଏସ୍ଟିଏଫ ଓ ସ୍ଥାନୀୟ ପୋଲିସ ମିଳିତ ଚଢ଼ଉ କରି ୨ ବନ୍ୟଜନ୍ତୁ ଶିକାରୀଙ୍କୁ ଗିରଫ କରିବାଛି। ଏସ୍ଟିଏଫ୍ ସେମାନଙ୍କ ନିକଟରୁ ଗୋଟିଏ କଲରାପତରିଆ ବାଘଛାଲ ଜବତ କରିଛି। ଏସ୍ଟିଏଫ୍ ସୂତ୍ରରୁ ପ୍ରକାଶ, ବନ୍ୟଜନ୍ତୁ ସୁରକ୍ଷା ଲାଗି ତଦନ୍ତ ଜାରି ରହିଛି। ଅଭିଯୁକ୍ତଦ୍ବୟ ଏକ ବାଘଛାଲ ବିକ୍ରି ପାଇଁ ଯୋଜନା କରୁଥିବା ବିଶେଷ ସୂତ୍ରରୁ ଖବର ମିଳିଥିଲା। ଏହି ସୂଚନାକୁ ଆଧାର କରି ଏସ୍ଟିଏଫ୍ର ଏକ ଦଳ କଳାହାଣ୍ଡି ଗସ୍ତ କରିଥିଲେ। ସ୍ଥାନୀୟ ପୁଲିସ ସହାୟତାରେ ଉପରୋକ୍ତ ଅଭିଯୁକ୍ତଦ୍ବୟଙ୍କୁ କାବୁ କରାଯାଇଥିଲା। ଯାଞ୍ଚ କରିବା ପରେ ସେମାନଙ୍କ ନିକଟରୁ ବାଘଛାଲ ମିଳିଥିଲା। ପରେ ସେମାନଙ୍କୁ ଥାନାକୁ ଆଣି ଜେରା କରାଯାଇଥିଲା। ଉକ୍ତ ଛାଲକୁ ବିକ୍ରି କରିବା ପାଇଁ ଯୋଜନା କରିଥିବା ସେମାନେ ସ୍ବୀକାର କରିଥିଲେ। ଏନେଇ ଏସ୍ଟିଏଫ୍ ଏକ ମାମଲା ରୁଜୁ କରିବା ସହ ଅଭିଯୁକ୍ତଦ୍ବୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।






More Stories
୩୦ ସୁଦ୍ଧା ଚୂଡ଼ାନ୍ତ ପଞ୍ଚାୟତ ନିର୍ବାଚନ ସଂରକ୍ଷଣ ତାଲିକା…..
ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସାଂସଦ ଅପରାଜିତା…..
ଆଜି ରାଜ୍ୟ କ୍ୟାବିନେଟ ବୈଠକ….