ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି ବିଜେପି ୪୫ତମ ସ୍ଥାପନା ଦିବସ ପାଳନ କରୁଛି। ପାର୍ଟି ୬ଏପ୍ରିଲ ୧୯୮୦ ମସିହାରେ ପ୍ରତିଷ୍ଠିତ ହୋଇଥିଲା। ବିଜେପି ଆଜି ବିଶ୍ୱର ଅନ୍ୟତମ ଲୋକପ୍ରିୟ ଦଳ ହୋଇପାରିଛି। ବିଜେପିର ପ୍ରତିଷ୍ଠା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମଗ୍ର ଦେଶରେ ଉପସ୍ଥିତ ଥିବା ଦଳର କର୍ମୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ସେହି ସମସ୍ତ ମହିଳା ଏବଂ ପୁରୁଷଙ୍କ କଠିନ ପରିଶ୍ରମ, ସଂଘର୍ଷ ଏବଂ ବଳିଦାନକୁ ସମ୍ମାନର ସହ ମନେ ପକାଇଛନ୍ତି, ଯେଉଁମାନେ ବର୍ଷ ବର୍ଷ ଧରି ଦଳ ଗଠନରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଆଜି ସେ ଆତ୍ମବିଶ୍ୱାସରେ କହିପାରିବେ ଯେ ବିଜେପି ହେଉଛି ଦେଶର ପ୍ରିୟ ଦଳ, ଯାହା ସର୍ବଦା ‘ନେସନ ଫାଷ୍ଟ୍’ ବା ‘ଦେଶ ଆଗ’ କୁ ଦୃଷ୍ଟିରେ ରଖି କାର୍ଯ୍ୟ କରିଆସୁଛି। ଲୋକସଭା ନିର୍ବାଚନର ବିଗୁଲ୍ ବାଜିସାରିଛି। ସେପଟେ ଆଜି ମଧ୍ୟ ବିଜେପିର ପ୍ରତିଷ୍ଠା ଦିବସ। ଏହି ବିଶେଷ ଉତ୍ସବକୁ ଆହୁରି ସ୍ୱତନ୍ତ୍ର କରିବା ପାଇଁ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତରପ୍ରଦେଶର ଲୋକଙ୍କ ନିକଟରେ ପହଞ୍ଚିବେ। ପ୍ରଧାନମନ୍ତ୍ରୀ ମୋଦୀ ଆଜି ଗାଜିଆବାଦରେ ଏକ ରୋଡ୍ ସୋ କରିବେ, ଯେଉଁଥିରେ ତାଙ୍କୁ ଏକ ଗେରୁଆ ରଙ୍ଗର ଖୋଲା ଜିପରେ ଦେଖିବାକୁ ମିଳିବ। ବିଜେପିର ପ୍ରତିଷ୍ଠା ଦିବସରେ ସେ ପଶ୍ଚିମ ୟୁପିରେ ବିଜେପିର ନିର୍ବାଚନ ପ୍ରଚାର କରିବେ। ସୂଚନା ଅନୁଯାୟୀ ପିଏମ ମୋଦୀଙ୍କ ରୋଡ ସୋ ୧୪୦୦ ମିଟର ଲମ୍ବ ହେବ, ଯାହା ପ୍ରାୟ ୧ ଘଣ୍ଟା ଧରି ଚାଲିବ।






More Stories
ରାଜ୍ୟ ସଭାରେ ଉଠିଲା ଓଡ଼ିଶାର ଜାତିଗତ ଭେଦଭାବ କଥା……
ସେବାତୀର୍ଥ ଓ କର୍ତ୍ତବ୍ୟ ଭବନ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ….
ସଂସଦ କାର୍ଯ୍ୟ ୯ ପର୍ଯ୍ୟନ୍ତ ମୁଲତବୀ…..