ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଟିଏମ୍ସି ନେତାଙ୍କୁ ଗିରଫ କରିବାକୁ ଯାଇଥିବା ବେଳେ NIA ଟିମ୍ କୁ ଆକ୍ରମଣ ହୋଇଛି । ଏକ ବିସ୍ଫୋରଣ ମାମଲାରେ ତୃଣମୂଳ କଂଗ୍ରେସ ନେତା ମନବେନ୍ଦ୍ର ଜାନାଙ୍କୁ ବାନ୍ଧିବାକୁ ଆଜି ଯାଇଥିବା ନିଅ ଟିମ୍ ଉପରେ ହୋଇଛି ଆଖିବୁଜା ପଥର ମାଡ଼ । ୨୦୨୨ ମସିହାରେ ହୋଇଥିବା ଏକ ବିସ୍ଫୋରଣ ମାମଲାରେ ମନବେନ୍ଦ୍ର ଜାନାଙ୍କ ସମ୍ପୃକ୍ତି ନେଇ (NIA) ହାତରେ ପ୍ରମାଣ ଲାଗିଥିଲା। ଏହି ମାମଲାରେ ତାଙ୍କୁ ବାନ୍ଧିବାକୁ ଆଜି ଭୋରରୁ ଭୂପତିନଗରରେ ପହଞ୍ଚିଥିଲା (NIA) ଟିମ୍ । ମାତ୍ର ସେଠାରେ ଉପସ୍ଥିତ ଶତାଧିକ ଲୋକେ NIA ଟିମ୍ ଉପରକୁ ପଥର ମାଡ଼ କରଥିଲେ। ଏଥିରେ ଟିମ୍ ସଦସ୍ୟଙ୍କ କାର୍ କ୍ଷତିଗ୍ରସ୍ତ ହୋଇଥିବା ବେଳେ ସେମାନେ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାଯାଇଛି। NIA ପକ୍ଷରୁ ମନବେନ୍ଦ୍ର ଜାନା ଓ କିଛି ଅଜ୍ଞାନ ଲୋକଙ୍କ ବିରୋଧରେ ମାମଲା ରୁଜୁ କରିଛି।






More Stories
୪ରେ କେରଳମ ଛୁଇଁବ ମୌସୁମୀ!….
ଲୋକ ଅଦାଲତ କିମ୍ବା ଡିଏଲ୍ଏସ୍ଏ ବିବାହ ବିଚ୍ଛେଦ ସମ୍ପର୍କରେ ନିଷ୍ପତ୍ତି ନେଇ ପାରିବେନି…..
ପୁଣି ବଢିଲା ସିଲିଣ୍ଡର ଦାମ୍ !….