ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପାକିସ୍ତାନକୁ ଟାର୍ଗେଟ କରିଛନ୍ତି ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। କରିଛନ୍ତି ପାକିସ୍ତାନରେ ଘରେ ପଶି ଆତଙ୍କିଙ୍କୁ ମାରିବୁ । ପଡୋଶୀ ଦେଶ ଆତଙ୍କବାଦକୁ ପ୍ରତ୍ସୋହନ କରୁଥିବା ଏକ ପ୍ରଶ୍ନର ଉତ୍ତରରେ ରାଜନାଇ ସିଂହ କହିଛନ୍ତି ଯେ ଯଦି ଜଣେ ଆତଙ୍କବାଦୀ ପାକିସ୍ତାନକୁ ଖସି ପଳାନ୍ତି, ତେବେ ଆମେ ସେଠାରେ ଘରେ ପଶି ତାକୁ ମାରିବୁ। ଏହାସହିତ ଯଦି କୌଣସି ଆତଙ୍କବାଦୀ ଭାରତରେ ଶାନ୍ତି ଭଙ୍ଗ କରିବାକୁ ଚେଷ୍ଟା କରନ୍ତି ତେବେ ତାଙ୍କୁ ଉପଯୁକ୍ତ ଜବାବ ଦିଆଯିବ। ଜାତୀୟ ଗଣମାଧ୍ୟମରେ ଏକ ସାକ୍ଷାତକାର ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସିଧାସଳଖ ଓ କଡା ବାର୍ତ୍ତା ଦେଇଛନ୍ତି। ଯଦି ଆତଙ୍କବାଦୀମାନେ ପାକିସ୍ତାନକୁ ପଳାନ୍ତି ତେବେ ଆମେ ସେମାନଙ୍କୁ ଗୋଡାଇ ପାକିସ୍ତାନ ମାଟିରେ ମାରିବୁ। ପ୍ରଧାନମନ୍ତ୍ରୀ ସତ୍ୟ କହିଛନ୍ତି ଭାରତ ପାଖରେ ସେହି କ୍ଷମତା ଓ ସାମର୍ଥ୍ୟ ରହିଛି। ପାକିସ୍ତାନ ମଧ୍ୟ ଏହା ବୁଝିବା ଆରମ୍ଭ କରିସାରିଛି। ବ୍ରିଟିଶ ଖବରକାଗଜ ‘ଦ ଗାଡିଆନ୍’ ନିଜ ରିପୋର୍ଟରେ ପ୍ରକାଶ କରିଛି ଯେ ବିଦେଶମାଟିରୁ ଆତଙ୍କବାଦୀକୁ ନିପାତ କରିବା ପାଇଁ ଭାରତ ସରକାର ପାକିସ୍ତାନରେ ପ୍ରବେଶ କରି ଆତଙ୍କବାଦୀଙ୍କୁ ମାରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଖବରକାଗଜର ରିପୋର୍ଟକୁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସିଧାସଳଖ ଖଣ୍ଡନ କରିଛି।






More Stories
ରାଜ୍ୟ ସଭାରେ ଉଠିଲା ଓଡ଼ିଶାର ଜାତିଗତ ଭେଦଭାବ କଥା……
ସେବାତୀର୍ଥ ଓ କର୍ତ୍ତବ୍ୟ ଭବନ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ….
ସଂସଦ କାର୍ଯ୍ୟ ୯ ପର୍ଯ୍ୟନ୍ତ ମୁଲତବୀ…..