ରିପୋର୍ଟ କାର୍ଡ / ଭୁବନେଶ୍ୱର
ବିଜେପି ରୁ ଇସ୍ତଫା ଦେଇଛନ୍ତି ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି। ସେ ତାଙ୍କ ଇସ୍ତଫା ପତ୍ର ବିଜେପି ରାଜ୍ୟ ସଭାପତିଙ୍କ ନିକଟକୁ ପଠାଇଥିବା କହିଛନ୍ତି। ବସ୍ତା ଆସନରୁ ସେ ୫ ଥର ବିଜୟୀ ହୋଇ ବିଧାନସଭାକୁ ଯାଇଥିଲେ। ସରକାରୀ ଦଳର ମୁଖ୍ୟ ସଚେତକ ଓ ମନ୍ତ୍ରୀ ଥିଲେ ରଘୁ ମହାନ୍ତି। ବଧୂ ନିର୍ଯାତନା ମାମଲାରେ ଗିରଫ ହେବା ପରେ ତାଙ୍କୁ ବିଜେଡି ନିଲମ୍ବନ କରିଥିଲା। ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ରଘୁ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିଲେ। ସେ ବିଜେପି ଟିକେଟରେ ବସ୍ତା ବିଧାନସଭା ଆସନରୁ ପ୍ରାର୍ଥୀ ହୋଇ ନିର୍ବାଚନ ହାରି ଯାଇଥିଲେ। ଏବେ ରଘୁନାଥ ମହାନ୍ତି ପୁଣି ବିଜେଡିକୁ ଫେରିବେ ବୋଲି ଚର୍ଚ୍ଚା ହେଉଛି।






More Stories
ହାତୀକୁ ଫାର୍ମହାଉସରେ ପୋତିଥିଲେ:୩ ଗିରଫ……
ହାଜତ ମୃତ୍ୟୁର ରିପୋର୍ଟ ମାଗିଲେ NHRC…..
ବଢିଲା ବସ୍ ଭଡ଼ା…..