Report Card Odisha

| Daily Odia News

ଲୋକତନ୍ତ୍ର ବିପଦରେ, ସମ୍ବିଧାନ ବଦଳାଇବାକୁ ରଚାଯାଉଛି ଷଡ଼ଯନ୍ତ୍ର….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ଶନିବାର ଜୟପୁରରେ ମହାରାଲି କରାଯାଉଛି। ଦିଲ୍ଲୀରୁ କଂଗ୍ରସର ସମସ୍ତ ବଡ଼ ବଡ଼ ନେତା ରାଲିରେ ଯୋଗ ଦେଇଛନ୍ତି। କଂଗ୍ରେସ ନେତା ବିଜେପିକୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ଦେଶରେ ଲୋକତନ୍ତ୍ର ଆଜି ବିପଦରେ ପଡ଼ିଛି। ସମ୍ବିଧାନ ବଦଳାଇବାକୁ ଷଡ଼ଯନ୍ତ୍ର ରଚାଯାଉଛି। ଗତ ୧୦- ବର୍ଷ ମଧ୍ୟରେ ବିଜେପି ସରକାର ରାଜସ୍ଥାନ ପାଇଁ କୌଣସି କାମ କରି ନାହାନ୍ତି। କେବଳ ଲୋକଙ୍କ ମଧ୍ୟରେ ଭେଦଭାବ ଏବଂ ଅତ୍ୟାଚାର ବୃଦ୍ଧି ହୋଇଛି। ଦେଶର ପ୍ରତି ଅଞ୍ଚଳରେ ଅନ୍ୟାୟର ଅନ୍ଧାର ଘୋଟିଛି। ଆମ ସମସ୍ତଙ୍କୁ ନ୍ୟାୟର ଆଲୋକର ଆବଶ୍ୟକତା ରହିଛି। ଆମକୁ ଲଢ଼େଇ କରିବାକୁ ହେବ। ଦେଶରେ କ୍ଷମତାସୀନ ସରକାର ଗତ ୧୦ ବର୍ଷ ମଧ୍ୟରେ ବେରୋଜଗାରୀ, ଦରଦାମ ବୃଦ୍ଧି, ଭେଦଭାବ ଏବଂ ଅତ୍ୟାାଚାରକୁ ବଢ଼ାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାର ଯାହା କରିଛନ୍ତି ତାହାର ପ୍ରମାଣ ସମସ୍ତଙ୍କ ସାମ୍ନାରେ ରହିଛି। ବିରୋଧୀ ନେତାଙ୍କୁ ଧମକା ଯାଉଛି ଭୟଭୀତ କରାଇବା ଜାରି ରହିଛି। ସେମାନଙ୍କୁ ବିଜେପିରେ ସାମିଲ ‌ହେବାକୁ ବିଭିନ୍ନ ଅଫର ପ୍ରଦାନ କରାଯାଉଛି। ରାଲିରେ ଯୋଗଦେଇ ପ୍ରିୟଙ୍କା ଗାନ୍ଧୀ ଭଦ୍ରା କହିଛନ୍ତି ବେରୋଜଗାରୀ ବଢୁଥିବାବେଳେ ପ୍ରତି ରାଜ୍ୟରେ ପେପର ଲିକ୍ ହେଉଛି। ଏହା ଯୁବବର୍ଗଙ୍କ ମନୋବଳକୁ ଦୁର୍ବଳ କରୁଛି। ଲୋକେ ଭୋଟ୍ ଦେଇ ଗଣତନ୍ତ୍ରକୁ ଜୀବିତ କରିବାକୁ ପ୍ରିୟଙ୍କା ଅନୁରୋଧ କରିଛନ୍ତି। ସରକାରୀ ସଂସ୍ଥାଙ୍କର ଅପବ୍ୟବହାର କରାଯାଉଛି। ଏପରିକି ଏବେ ‌ଲୋକଙ୍କ ମଧ୍ୟରେ ଇଭିଏମ୍ ଉପରେ ମଧ୍ୟ ଭରସା ତୁଟିବାରେ ଲାଗିଛି।

Breaking News