ରିପୋର୍ଟ କାର୍ଡ / ଭବାନୀପାଟଣା
କଳାହାଣ୍ଡି ଜିଲ୍ଲା ମୁଖ୍ୟ କାରାଗାରର କାରାଗାରରୁ ଚମ୍ପଟ ମାରିଥିବା ଦୁଇ କଏଦୀ ଙ୍କ ମଧ୍ୟରୁ ଜଣକୁ ପୋଲିସ ଖୋଜିପାଇଛି । ସମ୍ପୃକ୍ତ କଏଦୀ ସିକନ୍ଦର ଜାଲ ବୋଲି ଜଣାପଡିଛି। ଧର୍ମଗଡ ନିକଟସ୍ଥ କାଶିବାହଲ ରୁ ରବିବାର ତାଙ୍କୁ ପୋଲିସ ଧରିଥିଲା। ସୂଚନାଅନୁସାରେ ଦୁଇ ଜଣ କଏଦୀ କାରାଗାର ପାଚେରୀ ଡେଇଁ ଫେରାର ହୋଇଯାଇଥିଲେ। ଫେରାର କଏଦୀ ନୀଳମଣି ବିଭାର ଏବେ ବି ଫେରାର ଅଛି। ଟାଉନ ଥାନା ପୋଲିସ ସିକନ୍ଦର କୁ ପଚରା ଉଚରା କରୁଛି। ଅନ୍ୟପକ୍ଷରେ ରବିବାର ଅପରାହ୍ନରେ କୋରାପୁଟ ସର୍କଲ ଜେଲ୍ ବରିଷ୍ଠ ଅଧିକ୍ଷକ ମନୋରଞ୍ଜନ ପ୍ରତିହାରୀ ସ୍ଥାନୀୟ ଜେଲ ପରିସର ପରିଦର୍ଶନ କରିଥିଲେ। କୌଣସି କର୍ମଚାରୀ ଙ୍କ ଭୁଲ ଯୋଗୁଁ କଏଦୀ ଦୁଇଜଣ ପାଚେରୀ ଡେଇଁ ଫେରାର ହୋଇଥିବା କଥା ସ୍ୱୀକାର କରିଥିଲେ।






More Stories
ମୁଖ୍ୟମନ୍ତ୍ରୀଙ୍କୁ କଳା ପତାକା ପ୍ରଦର୍ଶନ…..
ଭରତପୁରରେ ବୁଲିଲା ବୁଲଡୋଜର…..
ଫିଟିଲା ଯାଜପୁର ଗୁଳି କାଣ୍ଡର ଗୁମର: ସ୍ତ୍ରୀ ରଚିଥିଲା ଷଡଯନ୍ତ୍ର…..