ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଭାରତ ରାଷ୍ଟ୍ର ସମିତି(ବିଆରଏସ) ନେତ୍ରୀ କେ. କବିତାଙ୍କୁ ଅଦାଲତରୁ ବଡ଼ ଝଟ୍କା ଲାଗିଛି। ରାଉସ୍ ଆଭେନ୍ୟୁ କୋର୍ଟ ତାଙ୍କ ଅନ୍ତରୀଣ ଜାମିନ୍ ଆବେଦନ ଖାରଜ କରିଦେଇଛନ୍ତି। ତେଲଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ଝିଅ କବିତା ତାଙ୍କ ନାବାଳକ ପୁଅର ସ୍କୁଲ ପରୀକ୍ଷାକୁ ଆଧାର କରି ଅନ୍ତରୀଣ ଜାମିନ ଆବେଦନ କରିଥିଲେ। ସୂଚନାଯୋଗ୍ୟ, ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗିରଫ ହୋଇ ତିହାର ଜେଲରେ ବନ୍ଦୀ ଅଛନ୍ତି ବିଆରଏସ ନେତ୍ରୀ କେ. କବିତା। ଗତ ଏପ୍ରିଲ ୨ରେ କୋର୍ଟ ତାଙ୍କୁ ୧୪ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଇଥିଲେ। ଏବେ ସେ ଏପ୍ରିଲ ୧୫ ପର୍ଯ୍ୟନ୍ତ ଜେଲରେ ରହିବେ।






More Stories
ସୋନମ ୱାଙ୍ଗଚୁକଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ଅପଡେଟ୍ କଲା ହସ୍ପିଟାଲ….
ବଦଳିଲା NDA ସଂସଦୀୟ ଦଳର ନାମ…..
ISROର ସାଇଣ୍ଟିଷ୍ଟ ଚାକିରି ଛାଡିଲେ: ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ……