ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମୋଜାମ୍ବିକରେ ଜାହାଜ ବୁଡ଼ି ୯୦ ରୁ ଅଧିକ ଜଣଙ୍କର ମୃତ୍ୟୁ ହୋଇଛି । ପ୍ରାୟ ୧୩୦ ଜଣ ମତ୍ସ୍ୟଜୀବୀଙ୍କୁ ନେଇ ଜାହାଜଟି ନାମ୍ପୁଲାରେ ଥିବା ଏକ ଦ୍ୱୀପକୁ ଯାଉଥିଲା । ଏହି ସମୟରେ ହିଁ ଜାହାଜଟି ବୁଡ଼ି ଯାଇଥିଲା । ଜାହାଜରେ ଅଧିକ ଲୋକଥିବା ରୁ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ ୯୦ ଜଣ ଲୋକ ପ୍ରାଣ ହରାଇଛନ୍ତି ବୋଲି ସ୍ଥାନୀୟ ଅଧିକାରୀ କହିଛନ୍ତି । ତେବେ ମୃତକଙ୍କ ମଧ୍ୟରେ ଅନେକ ଶିଶୁ ଥିବା ଜଣାପଡ଼ିଛି । କଲେରା ବ୍ୟାପୁଥିବାରୁ ଅନେକ ଦେଶ ଛାଡ଼ି ଚାଲିଯାଉଥିଲେ । ସରକାରୀ ତଥ୍ୟ ଅନୁଯାୟୀ ଗତ ଅକ୍ଟୋବରରୁ ଦକ୍ଷିଣ ଆଫ୍ରିକୀୟ ଦେଶମାନଙ୍କରେ ପ୍ରାୟ ୧୫,୦୦୦ ଜଣ ଜଳ ଜନିତ ରୋଗରେ ପୀଡିତ ହୋଇଥିବା ବେଳେ, ପ୍ରାୟ ୩୨ ଜଣଙ୍କର ମୃତ୍ୟୁ ରେକର୍ଡ ହୋଇଛି । ଏହି ମାମଲାଗୁଡ଼ିକର ଏକ ତୃତୀୟାଂଶ ନାମ୍ପୁଲା ପ୍ରଦେଶରେ ହିଁ ଦେଖିବାକୁ ମିଳିଛି । ଏହି ଅଞ୍ଚଳ ହିଁ ସବୁଠାରୁ ଅଧିକ ପ୍ରଭାବିତ । ଏଣୁ ବହୁ ସଂଖ୍ୟାରେ ଲୋକ ଏହି ଅଞ୍ଚଳ ଛାଡ଼ି ପଳାୟନ କରୁଛନ୍ତି । ଦୁର୍ଘଟଣାରେ ବର୍ତ୍ତମାନ ପର୍ଯ୍ୟନ୍ତ ପାଞ୍ଚଜଣଙ୍କୁ ଉଦ୍ଧାର କରାଯାଇଛି । ତେବେ ପ୍ରକୃତରେ କାହିଁକି ବିପର୍ଯ୍ୟୟ ହେଲା ସେନେଇ ଏକ ଅନୁସନ୍ଧାନକାରୀ ଦଳ କାର୍ଯ୍ୟ କରୁଛନ୍ତି । ଏହି ପାଞ୍ଚ ଜଣଙ୍କ ମଧ୍ୟରୁ ଦୁଇଜଣଙ୍କର ଅବସ୍ଥା ସଙ୍କଟାପନ୍ନ ରହିଛି ।






More Stories
୪ରେ କେରଳମ ଛୁଇଁବ ମୌସୁମୀ!….
ଲୋକ ଅଦାଲତ କିମ୍ବା ଡିଏଲ୍ଏସ୍ଏ ବିବାହ ବିଚ୍ଛେଦ ସମ୍ପର୍କରେ ନିଷ୍ପତ୍ତି ନେଇ ପାରିବେନି…..
ପୁଣି ବଢିଲା ସିଲିଣ୍ଡର ଦାମ୍ !….