Report Card Odisha

| Daily Odia News

ମୁଁ ଗୋମାଂସ ଖାଏ ନାହିଁ :କଙ୍ଗନା…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ବଲିଉଡ ଅଭିନେତ୍ରୀ ତଥା ରାଜନେତ୍ରୀ କଙ୍ଗନା ରାନାୱତ ନିଜର ମନଖୋଲା ସ୍ବଭାବ ପାଇଁ ଜଣାଶୁଣା। ସେ ସବୁବେଳେ ନିଜର ବୟାନ ପାଇଁ ବିବାଦରେ ରହିଥାନ୍ତି। ବଲିଉଡ ସହ ଦେଶର ଅନେକ ପ୍ରସଙ୍ଗ ଉପରେ ନିଜର ମତ ରଖୁଥିବା କଙ୍ଗନା ଏବେ ହିମାଚଳର ମଣ୍ଡି ଲୋକସଭା ଆସନରୁ ବିଜେପି ଟିକେଟରେ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି। ଟିକେଟ ମିଳିବା ପରଠାରୁ ବି‌ରୋଧୀଙ୍କ ଟାର୍ଗେଟକୁ ଆସୁଥିବା କଙ୍ଗନା ଗୋମାଂସ ଖାଆନ୍ତି ବୋଲି ଦାବି କରାଯାଇଥିଲା। ଏବେ ଏହାକୁ ମିଛ ବୋଲି କଙ୍ଗନା କହିଛନ୍ତି। ଏକ୍ସ‌ରେ ପୋଷ୍ଟ କରି ସେ ଲେଖିଛନ୍ତି, “ମୁଁ ଗୋମାଂସ କିମ୍ବା ଅନ୍ୟ କୌଣସି ପ୍ରକାରର ଲୋହିତ ମାଂସ ଖାଏ ନାହିଁ। ଏହା ଲଜ୍ଜାଜନକ ଯେ ମୋ ବିଷୟରେ ସମ୍ପୂର୍ଣ୍ଣ ଭିତ୍ତିହୀନ ଗୁଜବ ପ୍ରଚାରିତ ହେଉଛି। ମୁଁ ଦଶନ୍ଧି ଧରି ଯୋଗ ଏବଂ ଆୟୁର୍ବେଦିକ ଜୀବନଶୈଳୀକୁ ପ୍ରୋତ୍ସାହିତ କରିଆସୁଛି। ବର୍ତ୍ତମାନ ଏଭଳି କୌଣସି ଆରୋପ ମୋ ଭାବମୂର୍ତ୍ତି ଖରାପ କରିପାରିବ ନାହିଁ। ମୋର ଲୋକମାନେ ମୋତେ ଭଲ ଭାବେ ଜାଣନ୍ତି। ଜୟ ଶ୍ରୀ ରାମ। ‘

Breaking News