ରିପୋର୍ଟ କାର୍ଡ / କୋଲକାତା
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଜେପି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରିଛନ୍ତି। ଦେଶ ତଥା ଗଣତନ୍ତ୍ରକୁ ଜେଲରେ ପରିଣତ କରିବାକୁ ବିଜେପି ଓ ମୋଦୀଜୀ କାମ କରୁଛନ୍ତି ବୋଲି ଦାବି କରିଛନ୍ତି ଦିଦି। ପଶ୍ଚିମବଙ୍ଗର ବାଙ୍କୁଡା ସହରର ଲୋକଙ୍କୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କହିଛନ୍ତି ଯେ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏବଂ ସିବିଆଇ ଭଳି ଏଜେନ୍ସି କେନ୍ଦ୍ର ସରକାରଙ୍କ ପକେଟରେ ଅଛନ୍ତି। ଯଦି ତୃଣମୂଳ କଂଗ୍ରେସ (ଟିଏମସି) ନେତାଙ୍କୁ ଗିରଫ କରାଯାଏ ତେବେ ସେମାନଙ୍କ ପତ୍ନୀମାନେ ରାସ୍ତାକୁ ଓହ୍ଲାଇବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଶ୍ଚିମବଙ୍ଗ ଆସି କହିଥିଲେ , ଜୁନ୍ ୪ତାରିଖ ପରେ ଦୁର୍ନୀତି ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ତାଙ୍କ କହିବାର ଅର୍ଥ ଥିଲା ବିରୋଧୀ ଦଳର ନେତାମାନଙ୍କୁ ନିର୍ବାଚନ ପରେ ଜେଲକୁ ପଠାଇବୁ। ପ୍ରଧାନମନ୍ତ୍ରୀ ଏଭଳି କଥା କହିବା ଉଚିତ କି? କ’ଣ ହେବ ଯଦି ମୁଁ କହିବି ଯେ ନିର୍ବାଚନ ପରେ ବିଜେପି ନେତାମାନଙ୍କୁ ଜେଲ ପଠାଯିବ | କିନ୍ତୁ ମୁଁ କହିବି ନାହିଁ। କାରଣ ଗଣତନ୍ତ୍ରରେ ଏଭଳି କହିବା ଗ୍ରହଣୀୟ ନୁହେଁ। ବିଜେପିର ଗୋଟିଏ ପକେଟରେ ଇଡି ଏବଂ ସିବିଆଇ ଥିବାବେଳେ ଅନ୍ୟ ପକେଟରେ ଏନଆଇଏ ଏବଂ ଆୟକର ବିଭାଗ ଅଛି। ଏନଆଇଏ-ସିବିଆଇ ବିଜେପିର ଭାଇ ହୋଇଥିବାବେଳେ ଇଡି ଏବଂ ଆୟକର ହେଉଛି ବିଜେପିର ଟିକସ ସଂଗ୍ରହ ପାଣ୍ଠି ବାକ୍ସ। ଅନୁସନ୍ଧାନକାରୀ ସଂସ୍ଥାଗୁଡ଼ିକ ହେଉଛି ବିଜେପିର ସହଯୋଗୀ, ଯେଉଁମାନେ ଆମକୁ ଧମକ ଦେବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ବିଜେପି ଆମକୁ ଭୟଭୀତ କରିପାରିବ ନାହିଁ।”






More Stories
ରାଜ୍ୟ ସଭାରେ ଉଠିଲା ଓଡ଼ିଶାର ଜାତିଗତ ଭେଦଭାବ କଥା……
ସେବାତୀର୍ଥ ଓ କର୍ତ୍ତବ୍ୟ ଭବନ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ….
ସଂସଦ କାର୍ଯ୍ୟ ୯ ପର୍ଯ୍ୟନ୍ତ ମୁଲତବୀ…..