Report Card Odisha

| Daily Odia News

କୃତ୍ତିକାର ସାମାନ୍ୟ ଶୁଭ ଫଳ….

ରିପୋର୍ଟ କାର୍ଡ / ଭୁବନେଶ୍ୱର

ମେଷ: ଅଶ୍ୱିନୀ ଓ ଦ୍ଵିଜା ନକ୍ଷତ୍ର ଜାତ ବ୍ୟକ୍ତି ଦୁଃସାହସିକ ପଦକ୍ଷେପ ନେଇ ଅସାଧ୍ୟ କାର୍ଯ୍ୟକୁ ସାଧ୍ୟ କରିପାରନ୍ତି । ଜ୍ଞାନ ଗରିମାଯୁକ୍ତ ହେବେ। ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରିବେ। କୃତ୍ତିକାର ସାମାନ୍ୟ ଶୁଭ ଫଳ।
ବୃଷ: ରୋହିଣୀ ନକ୍ଷତ୍ରଜାତ ବ୍ୟକ୍ତି ଜ୍ଞାନ ପିପାସା ମେଣ୍ଟାଇ ପାରନ୍ତି। ସତ୍ କର୍ମରେ ନିଜକୁ ନିୟୋଜିତ କରି ପ୍ରଶଂସାର ପାତ୍ର ହେବେ। ଅର୍ଥ ସହ ସମ୍ମାନ ପ୍ରାପ୍ତ କରିପାରନ୍ତି। କୃତ୍ତିକା ଓ ମୃଗଶିରାର ସାମାନ୍ୟ ଶୁଭ।
ମିଥୁନ: ଆର୍ଦ୍ରା ନକ୍ଷତ୍ର ଜାତ ବ୍ୟକ୍ତି କର୍ମ କ୍ଷେତ୍ରରୁ ଅପୂର୍ବ ସଫଳତା ପାଇବେ। ବିବାଦୀୟ ଘଟଣାରେ ବିଜୟୀ ହେବେ। ଆର୍ଥିକ ସ୍ଥିତିରେ ଉନ୍ନତି ଘଟିବ। ମୃଗଶିରା ଓ ପୁନର୍ବସୁ ନକ୍ଷତ୍ରମାନଙ୍କର ସାମାନ୍ୟ ଶୁଭଫଳ।
କର୍କଟ: ପୁଷ୍ୟା ନକ୍ଷତ୍ରଜାତ ବ୍ୟକ୍ତି କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। ପ୍ରାପ୍ତ କ୍ଷମତାର ବିକେନ୍ଦ୍ରୀକରଣ କରି ଅନୁଗତମାନଙ୍କର ବନ୍ଦନୀୟ ହେବେ। ପୁନର୍ବସୁ ଓ ଅଶ୍ଳେଷାର ସାମାନ୍ୟ ଶୁଭଫଳ।
ସିଂହ: ମଘା ଓ ପୂର୍ବା ଫାଲ୍‌ଗୁନୀ ନକ୍ଷତ୍ରଜାତ ବ୍ୟକ୍ତିମାନେ ନିଜର ସାହସ ଓ ଇଚ୍ଛା ଶକ୍ତି ବଳରେ ଅନେକ ସମସ୍ୟାରୁ ଉଧୁରି ଯାଇପାରନ୍ତି। ସୁସ୍ଥ ରହିବେ। ଉତ୍ତରା ଫାଲ୍‌ଗୁନୀ ଜାତ ବ୍ୟକ୍ତି ସତର୍କରେ ଚଳିବାକୁ ପଡ଼ିବ।
କନ୍ୟା: ହସ୍ତା ନକ୍ଷତ୍ରଜାତ ବ୍ୟକ୍ତି ସମାଜସେବା କାର୍ଯ୍ୟରେ ନିଜକୁ ନିୟୋଜିତ କରି ଜନସାଧାରଣଙ୍କ ଆଦରଣୀୟ ହୋଇପାରନ୍ତି। ପ୍ରତ୍ୟକ କ୍ଷେତ୍ରରେ ପତ୍ନୀଙ୍କ ସ‌ହଯୋଗ ପାଇବେ। ଉତ୍ତରା ଫାଲ୍‌ଗୁନୀ ଓ ଚିତ୍ରାର ମଧ୍ୟମ ଫଳ।
ତୁଳା: ସ୍ୱାତୀ ନକ୍ଷତ୍ରଜାତ ବ୍ୟକ୍ତି ନିଜ ପରିବାର ସଦସ୍ୟଙ୍କ ସହଯୋଗରେ ଶତ୍ରୁର ବିନାଶ ଘଟାଇ ମାନସିକ ଶାନ୍ତି ଫେରିପାଇବେ। ଋଣ ପରିଶୋଧ କରିବେ । ଚିତ୍ରା ଓ ବିଶାଖାର ସାମାନ୍ୟ ଶୁଭଫଳ।
ବିଛା: ଅନୁରାଧା ନକ୍ଷତ୍ରଜାତ ବ୍ୟକ୍ତି ପରୀକ୍ଷାର ପ୍ରସ୍ତୁତି ସ୍ୱରୂପ ପୁସ୍ତକ ଅଧ୍ୟୟନରେ ମନୋ ନିବେଶ କରିପାରନ୍ତି। ବ୍ୟବସାୟ ଲାଭଦାୟକ ହେବ। ବିଶାଖା ଓ ଜ୍ୟେଷ୍ଠା ନକ୍ଷତ୍ରମାନଙ୍କର ସାମାନ୍ୟ ଶୁଭଫଳ।
ଧନୁ: ମୂଳା ଓ ପୂର୍ବାଷାଢ଼ା ନକ୍ଷତ୍ରଜାତ ବ୍ୟକ୍ତିଙ୍କ ପାଇଁ ପରିଶ୍ରମ କଠିନ ଓ କଷ୍ଟଦାୟକ ହେଲେ ବି ତାକୁ ନିର୍ବିକାର ଭାବେ ସମ୍ପାଦନ କରିପାରନ୍ତି। ସୁସ୍ଥ ଓ ନିରାମୟ ରହିବେ। ଉତ୍ତରାଷାଢ଼ା ନକ୍ଷତ୍ରର ସାମାନ୍ୟ ଶୁଭଫଳ।
ମକର: ଶ୍ରବଣା ନକ୍ଷତ୍ରଜାତ ବ୍ୟକ୍ତିଙ୍କ ଆର୍ଥିକ ସ୍ଥିତି ଦୃଢ଼ ରହିବ। ଠାକୁରଙ୍କ ଦର୍ଶନ ଲାଭ କରି ଆତ୍ମ ଶକ୍ତିସମ୍ପନ୍ନ ହେବେ। ପ୍ରତ୍ୟେକ କ୍ଷେତ୍ରରେ ବିଜୟୀ ହେବେ। ଧନିଷ୍ଠା ଓ ଉତ୍ତରା ଫାଲ୍‌ଗୁନୀର ସାମାନ୍ୟ ଶୁଭଫଳ।
କୁମ୍ଭ: ଶତଭିଷା ନକ୍ଷତ୍ରଜାତ ବ୍ୟକ୍ତିଙ୍କ ମନୋବଳ ଦୃଢ଼ ରହିବ। ଗତାନୁଗତିକ ଭାବେ ଅର୍ଥାଗମର ସୂଚନା ମିଳୁଛି। ନୀତିନିଷ୍ଠ ହେବେ। ସହିଷ୍ଣୁ ହୋଇପାରନ୍ତି। ପୂର୍ବାଭାଦ୍ର ଓ ଧନିଷ୍ଠା ନକ୍ଷତ୍ରର ସାମାନ୍ୟ ଶୁଭଫଳ।
ମୀନ: ଉତ୍ତର ଭାଦ୍ର ନକ୍ଷତ୍ରଜାତ ବ୍ୟକ୍ତିଙ୍କର ଆୟ ଆଶାନୁରୂପ ହେବ। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। ସରକାରୀ ବା ବନ୍ଧୁ ସହାୟତା ପାଇ ଖୁସି ହେବେ। ପୂର୍ବାଭାଦ୍ର ଓ ରେବତୀ ନକ୍ଷତ୍ରର ସାମାନ୍ୟ ଶୁଭଫଳ।

 

 

Breaking News