Report Card Odisha

| Daily Odia News

କେଜ୍ରିୱାଲଙ୍କ ଆଉ ଏକ ଆବେଦନ ଖାରଜ କଲେ କୋର୍ଟ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

୨୪ଘଣ୍ଟା ମଧ୍ୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ କୋର୍ଟ ଦ୍ବିତୀୟ ଝଟକା ଦେଇଛନ୍ତି। ମଙ୍ଗଳବାର ଦିଲ୍ଲୀ ହାଇକୋର୍ଟ ତାଙ୍କ ଆବେଦନକୁ ଖାରଜ କରି ତାଙ୍କ ଗିରଫଦାରୀକୁ ବୈଧ ଦର୍ଶାଇଥିଲେ। ଇଡିର ଗିରଫଦାରୀକୁ ବୈଧ ଦର୍ଶାଇ ଦିଲ୍ଲୀ ହାଇକୋର୍ଟ କହିଥିଲେ ଯେ କେଜ୍ରିୱାଲ ଏହି ଅପରାଧରେ ଅନ୍ୟମାନଙ୍କ ସହ ମିଶି ଷଡ଼୍‌ଯନ୍ତ୍ର କରିଥିଲେ। ଏସଂପର୍କରେ ଇଡି ପାଖରେ ଠୋସ ପ୍ରମାଣ ରହିଛି। ଏହି ରାୟ ପରେ ଆଜି ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟ ତାଙ୍କର ଦ୍ୱିତୀୟ ଆବେଦନକୁ ଖାରଜ କରିଛନ୍ତି। ଏହି ଆବେଦନରେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ସପ୍ତାହରେ ୫ଥର ନିଜ ଓକିଲଙ୍କୁ ଭେଟିବାକୁ ଅନୁରୋଧ କରିଥିଲେ। ହେଲେ ଏହାକୁ ଗ୍ରହଣ ନକରି ଆବେଦନ ଖାରଜ କରିଛନ୍ତି କୋର୍ଟ। ବର୍ତ୍ତମାନ ଅରବିନ୍ଦ କେଜ୍ରିୱାଲ ସପ୍ତାହରେ ଦୁଇଥର ତାଙ୍କ ଓକିଲଙ୍କୁ ଭେଟୁଛନ୍ତି। ଅନ୍ୟପକ୍ଷରେ ହାଇକୋର୍ଟ ଜାମିନ୍ ଆବେଦନ ଖାରଜ କରିବା ପରେ ଏବେ ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ।

Breaking News