ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କ୍ଷମତାକୁ ଆସିବା ପରେ ଆଜି ଭାରତକୁ ଡରୁଛି ପାକିସ୍ତାନ। ଏକ ନିର୍ବାଚନୀ ରାଲିକୁ ସମ୍ବୋଧିତ କରି ଏଭଳି କହିଥିଲେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ମଙ୍ଗଳବାର ଦିନ ରାମପୁରରେ ସାଂସଦ ତଥା ବିଜେପି ପ୍ରାର୍ଥୀ ଘନଶ୍ୟାମ ଲୋଧିଙ୍କ ସମର୍ଥନରେ ଏକ ଜନସମାବେଶକୁ ସମ୍ବୋଧିତ କରି ଯୋଗୀ କହିଥିଲେ, ଏବେ ଭାରତ ବଦଳିଛି। ଏବେ ଡରି ରହି ବସିରହିବା ଅପେକ୍ଷା ଭାରତ ଘର ଭିତରେ ପଶି ମାରୁଛି। ସେ ଆହୁରି ମଧ୍ୟ କହିଥିଲେ ଯେ, “ଆପଣ ନିଶ୍ଚିତ ଭାବରେ କରତାରପୁର ସାହେବ ଦେଖିଥିବେ। ପାକିସ୍ତାନ, କଂଗ୍ରେସ ବିରୋଧ କରିବା ସତ୍ତ୍ବେ ବି ପ୍ରଧାନମନ୍ତ୍ରୀ ମୋଦୀ କରତାରପୁର ସାହିବର କରିଡର ଖୋଲିଥିଲେ। ମୋଦୀଜୀ ସବୁ ଅସମ୍ଭବ କାମ କରିଛନ୍ତି। ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କର ଏକ ବଡ଼ ମନ୍ଦିର ନିର୍ମାଣ କରିବା ସହ ଶତ୍ରୁ ଦେଶ ପାକିସ୍ତାନକୁ ନିଜର ସ୍ଥାନ ଦେଖାଇଛନ୍ତି। ଏବେ ଏକ ବାଣ ଫୁଟିଲେ ବି ପାକିସ୍ତାନ ସ୍ପଷ୍ଟ କରୁଛି ଯେ, ଆମେ ବାଣ ଫୁଟାଇ ନାହୁଁ। ଏବେ ସେମାନଙ୍କ ମନରେ ଏତେ ଭୟ ରହୁଛି। ଏହା ହେଉଛି ନୂଆ ଭାରତ, ଘର ଭିତରେ ପଶି ଶତ୍ରକୁ ମାରିବାର କ୍ଷମତା ନୂଆ ଭାରତ ପାଖରେ ଅଛି।






More Stories
ସୋନମ ୱାଙ୍ଗଚୁକଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ଅପଡେଟ୍ କଲା ହସ୍ପିଟାଲ….
ବଦଳିଲା NDA ସଂସଦୀୟ ଦଳର ନାମ…..
ISROର ସାଇଣ୍ଟିଷ୍ଟ ଚାକିରି ଛାଡିଲେ: ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ……