ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସା ଆଶଙ୍କା ରଖି ଅତିରିକ୍ତ ୧୦୦ କମ୍ପାନି ସେଣ୍ଟ୍ରାଲ୍ ଆର୍ମଡ୍ ପାରାମିଲିଟାରି ଫୋର୍ସ (କେନ୍ଦ୍ରୀୟ ସଶସ୍ତ୍ର ଅର୍ଦ୍ଧସାମରିକ ବଳ) ମୁତୟନ କରିବାକୁ ନିର୍ବାଚନ କମିସନ ନିର୍ଦ୍ଦେଶ ଦେଇଛନ୍ତି। ନିକଟରେ ନିର୍ବାଚନ କମିସନ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ବରିଷ୍ଠ ଅଧିକାରୀଙ୍କୁ ନେଇ ଏକ ବୈଠକ ଆୟୋଜନ କରିଥିଲେ। ଏଥିରେ ରାଜ୍ୟୱାରୀ ସୁରକ୍ଷା ବ୍ୟବସ୍ଥାର ଟିକିନିଖି ଆଲୋଚନା କରାଯାଇଥିଲା। ପଶ୍ଚିମବଙ୍ଗରେ ଅଧିକ ସଂଖ୍ୟକ ପୋଲିସ ମୁତୟନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଏହି ନିଷ୍ପତ୍ତି ଅନୁସାରେ ନିର୍ବାଚନ କମିସନର କେନ୍ଦ୍ର ଗୃହମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦେଇଛନ୍ତି। ନିର୍ଦ୍ଦେଶାନୁସାରେ, ଅତିରିକ୍ତ ୧୦୦ କମ୍ପାନି ସିଏପିଏଫ୍ ଏପ୍ରିଲ୍ ୧୫ ପୂର୍ବରୁ ମୁତୟନ ହେବ। ସୂଚନାଯୋଗ୍ୟ, ନିର୍ବାଚନ କମିସନଙ୍କ ନିର୍ଦ୍ଦେଶାନୁସାରେ, ବର୍ତ୍ତମାନ ପଶ୍ଚିମବଙ୍ଗରେ ୫୫ କମ୍ପାନି ସିଆର୍ପିଏଫ୍ ଏବଂ ୪୫ କମ୍ପାନି ବିଏସ୍ଏଫ୍ ମୁତୟନ ଅଛନ୍ତି।






More Stories
ରାଜ୍ୟ ସଭାରେ ଉଠିଲା ଓଡ଼ିଶାର ଜାତିଗତ ଭେଦଭାବ କଥା……
ସେବାତୀର୍ଥ ଓ କର୍ତ୍ତବ୍ୟ ଭବନ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ….
ସଂସଦ କାର୍ଯ୍ୟ ୯ ପର୍ଯ୍ୟନ୍ତ ମୁଲତବୀ…..