ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆୟର୍ଲାଣ୍ଡର ଶାସନ ଭାର ଭାରତୀୟ ବଂଶୋଦ୍ଭବଙ୍କ ହାତରେ | ଶାସକ ଫାଇନ୍ ଗେଲ୍ ପାର୍ଟି ଭାରତୀୟ ବଂଶୋଦ୍ଭବ ସାଇମନ୍ ହାରିସ୍ଙ୍କୁ ପ୍ରଧାନମନ୍ତ୍ରୀ ଭାବେ ମନୋନୀତ କରିଛି। ୩୭ ବର୍ଷିୟ ହାରିସ୍ ଦେଶର ସର୍ବ କନିଷ୍ଠ ପ୍ରଧାନମନ୍ତ୍ରୀ ହୋଇଛନ୍ତି। ଏହାପୂର୍ବରୁ ଭାରତୀୟ ବଂଶୋଦ୍ଭବ ଲିଓ ଭରାଡକର ଆୟର୍ଲାଣ୍ଡର ସବୁଠୁ ଯୁବ ପ୍ରଧାନମନ୍ତ୍ରୀ ଥିଲେ। ଗତ ମାସ ସେ ନିଜ ପଦରୁ ଇସ୍ତଫା ଦେଇଥିଲେ। ତାଙ୍କ ଇସ୍ତଫା ପରେ ହାରିସ୍ ପ୍ରଧାନମନ୍ତ୍ରୀ ହୋଇପାରନ୍ତି ବୋଲି ଅନୁମାନ କରାଯାଉଥିଲା ଏବଂ ତାହା ହିଁ ହେଲା। ମଙ୍ଗଳବାର ଆୟର୍ଲାଣ୍ଡ ସଂସଦରେ ହାରିସଙ୍କ ସମର୍ଥନରେ ୮୮ଟି ଭୋଟ୍ ପଡ଼ିଥିଲା। ତାଙ୍କୁ ମେଣ୍ଟ ଦଳଗୁଡ଼ିକ ସହ ଅନେକ ନିର୍ଦଳୀୟ ସାଂସଦଙ୍କର ମଧ୍ୟ ସମର୍ଥନ ମିଳିଥିଲା।






More Stories
କାଲିଠୁ ମହଙ୍ଗା ହେବ ବିମାନଯାତ୍ରା…..
ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ:୯୦ ଲକ୍ଷରୁ ଅଧିକ ନାମ ବାଦ…..
୧୦ ପର୍ଯ୍ୟନ୍ତ କାଳବୈଶାଖୀ…..