ରିପୋର୍ଟ କାର୍ଡ / ଭୁବନେଶ୍ୱର
ଗାଡ଼ିରେ କଳାକାଚ ଲାଗାଇଥିଲେ ଦେବାକୁ ପଡିବ ଜୋରିମାନା। କମିଶନରେଟ ପୋଲିସ ପକ୍ଷରୁ ରାଜଧାନୀରେ ଆରମ୍ଭ ହୋଇଛି କଳାକାଚ ଯାଞ୍ଚ। ଗତକାଲି ରାତିରେ ରାଜଧାନୀର ବିଭିନ୍ନ ସ୍ଥାନରେ କମିଶନରେଟ୍ ପୋଲିସ ପକ୍ଷରୁ ଚେକିଂକୁ କଡ଼ାକଡ଼ି କରାଯାଇଥିଲା। ଏପରିକି କଳା କାଚ ଲାଗିଥିବା ଗାଡ଼ିକୁ ଅଟାକାଇ କଳାଜରି ବାହାର କରି ଦିଆଯାଇଥିଲା ଓ ଜୋରିମାନା ଆଦାୟ କରାଯାଇଥିଲା। ଏହାସହ ଗାଡ଼ିରେ ଯେ କୌଣସି ଡାର୍କ ଫିଲ୍ମ ବା ଅନ୍ୟ କୌଣସି ସାମଗ୍ରୀ ଲଗାଇବା ଉପରେ ନିଷେଧାଦେଶ ରହିଛି। କୌଣସି ବ୍ୟକ୍ତି ଏହି ନିୟମ ନମାନିଲେ ୫ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ। ଏହାସହ ୬ ମାସ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ।ଗାଡ଼ିରେ ବ୍ଲାକ ଫିଲ୍ମ ଲଗାଇ ଅପରାଧିକ କାର୍ଯ୍ୟକଳାପରେ ଲିପ୍ତ ରହିବା ସହ ନିଶା କାବବାର କରାଯାଉଥିବାରୁ ଏପରି ପଦକ୍ଷେପ ନିଆଯାଇଛି ବୋଲି କହିଛନ୍ତି ପୋଲିସ କମିଶନର।






More Stories
୭ ମୋର୍ଚ୍ଚା ପାଇଁ ପ୍ରଭାରୀ ଘୋଷଣା କଲା ଭାଜପା:ଓଡ଼ିଶାର ଏହି ନେତାଙ୍କୁ ମିଳିଲା….
ପୁଣି ଜୀବନ ନେଲା ସ୍କ୍ରବ୍ ଟାଇଫସ୍…..
୧୪ ନୂଆ ପ୍ରକଳ୍ପ ପାଇଁ ଏମ୍ଓୟୁ…..