Report Card Odisha

| Daily Odia News

ଏକ ବାର ଫିର ମୋଦୀ ସରକାର,ଡିଏମ୍‌କେ ପାଖରେ ଦୁର୍ନୀତିର କପିରାଇଟ୍…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକସଭା ନିର୍ବାଚନୀ ପ୍ରଚାରରେ ତାମିଲନାଡୁର ଭେଲୋରରେ ପହଞ୍ଚିଛନ୍ତି। ଆୟୋଜିତ ଏକ ରାଲିକୁ ସମ୍ବୋଧିତ କରି ସେ କହିଛନ୍ତି ଯେଉଁ ଲୋକମାନେ ଦିଲ୍ଲୀରେ ବସିଛନ୍ତି ସେମାନେ ଜାଣି ନାହାନ୍ତି ଭେଲୋର ଏକ ନୂଆ ଇତିହାସ ରଚିବାକୁ ଯାଉଛି। ବିଜେପି ଏବଂ ଏନଡିଏକୁ ଜନ ସମର୍ଥନ ମିଳିବାରେ ଲାଗିଛି। ତାମିଲନାଡୁ ପୁଣିଥରେ କହୁଛି ‘ଏକ ବାର ଫିର ମୋଦୀ ସରକାର’। ସେ ଡିଏମ୍‌କେକୁ କଡ଼ା ସମାଲୋଚନା କରିଛନ୍ତି। କହିଛନ୍ତି ଡିଏମ୍‌କେ ରାଜ୍ୟକୁ ପୁରୁଣା ଚିନ୍ତାଧାରାରେ ରଖିବାକୁ ଚାହୁଁଛି। ଡିଏମ୍‌କେର ବଂଶବାଦ ରାଜନୀତି ଯୋଗୁ ରାଜ୍ୟର ଯୁବବର୍ଗ ଆଗକୁ ବଢ଼ିବାର ସୁଯୋଗ ପାଇ ପାରୁ ନାହାନ୍ତି। ଡିଏମ୍‌କେରେ ଆଗକୁ ବଢ଼ିବା ପାଇଁ ୩ ପ୍ରକାର ବର୍ଗ ରହିଛି। ପ୍ରଥମ ହେଉଛି ବଂଶବାଦ ରାଜନୀତି। ଦ୍ବିତୀୟ ହେଉଛି ଦୁର୍ନୀତି। ସେହିପରି ତୃତୀୟ ହେଉଛି ବିରୋଧାତ୍ମକ ତାମିଲ ସଂସ୍କୃତି। ଡିଏମ୍‌କେ ପାଖରେ ରହିଛି ଦୁର୍ନୀତିର କପିରାଇଟ୍ ରହିଛି। ବିଜେପି ୨୦୨୪ଠାରୁ ଭାରତର ଅର୍ଥନୀତିକୁ ସୁଦୃଢ଼ କରିଛି। ପୂର୍ବରୁ ଭାରତ ବିଶ୍ବସ୍ତରରେ ଏକ ସ୍କାମ୍‌ର ଦେଶ ଭାବେ ପରିଚିତି ହାସଲ କରିଥିଲା। ମାତ୍ର ଏବେ ଭାରତ ବିଶ୍ବର ଏକ ଶକ୍ତିଶାଳୀ ଅର୍ଥନୀତି ଭାବେ ବିକଶିତ ହୋଇଛି। ଭେଲୋରରେ ଶୀଘ୍ର ବିମାନବନ୍ଦର ନିର୍ମାଣ କାର୍ଯ୍ୟ ଶେଷ ହେବ। ଲୋକେ ପରିବହନ କ୍ଷେତ୍ରରେ ସୁବିଧା ପାଇବା ସହିତ ସ୍ବାସ୍ଥ୍ୟ, ଶିକ୍ଷା, ଭିତ୍ତିଭୂମି ନିର୍ମାଣ ଏବଂ ବ୍ୟବସାୟିକ ବିକାଶ ସମ୍ଭବ ହୋଇ ପାରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Breaking News