Report Card Odisha

| Daily Odia News

କେଜ୍ରିୱାଲ୍‌ଙ୍କୁ ମୁଖ୍ୟମନ୍ତ୍ରୀ ପଦ ରୁ ହଟାଇବା ପିଟିସନ୍‌ ଖାରଜ, ୫୦ ହଜାର ଟଙ୍କା ଜୋରିମାନା….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ଅଭିଯୋଗରେ ଆପ୍‌ ଦଳର ମୁଖିଆ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ବର୍ତ୍ତମାନ ଜେଲ୍‌ରେ। ଦୁର୍ନୀତି ଅଭିଯୋଗରେ ଗିରଫ ହେବା ପରେ ମୁଖ୍ୟମନ୍ତ୍ରୀ ପଦରେ ରହିବାର ଅଧିକାର ନାହିଁ, ତେଣୁ ତାଙ୍କୁ ପଦରୁ ହଟିଯିବାକୁ ନିର୍ଦ୍ଦେଶ ଦିଆଯାଉ ବୋଲି ଆପ୍‌ର ପୂର୍ବତନ ବିଧାୟକ ସନ୍ଦୀପ କୁମାର ଦିଲ୍ଳୀ ହାଇକୋର୍ଟରେ ଆବେଦନ କରିଥିଲେ। ଆଜି ସନ୍ଦୀପଙ୍କ ତୃତୀୟ ଆବେଦନକୁ ହାଇକୋର୍ଟ ଖାରଜ କରିବା ସହ ତାଙ୍କ ଉପରେ ୫୦ହଜାର ଟଙ୍କା ଜୋରିମାନା ଲଗାଇଛନ୍ତି। ମୁଖ୍ୟ ବିଚାରପତି ମନମୋହନଙ୍କ ଖଣ୍ଡପୀଠ ଆବେଦନକାରୀଙ୍କୁ ଭର୍ତ୍ସନା କରି କହିଛନ୍ତି ଯେ ଏଯାଏଁ ସୁପ୍ରିମକୋର୍ଟ କିମ୍ବା କୌଣସି ହାଇକୋର୍ଟ କୌଣସି ମୁଖ୍ୟମନ୍ତ୍ରୀଙ୍କୁ ଏଭଳି ହଟାଇଛନ୍ତି କି | ଏହା ଆପଣଙ୍କର ଚତୁର୍ଥ ଆବେଦନ। ପୂର୍ବରୁ ଏ ବାବଦରେ ଚେତାବନୀ ସତ୍ବେ ଏହି ପ୍ରସଙ୍ଗ ଗ୍ରହଣ କରିବାକୁ ଆମକୁ ବାଧ୍ୟ କରୁଛନ୍ତି। ଏହା କୌଣସି ଜେମ୍‌ସ ବଣ୍ଡ ଚଳଚ୍ଚିତ୍ର ନୁହେଁ ଯେ ଏହାକୁ ଆମେ ଧାରାବାହିକ ଭାବେ ଗ୍ରହଣ କରିବୁ। ଏହି ପ୍ରସଙ୍ଗ ଏହି ଠାରେ ଶେଷ କରୁଛୁ। ଆପଣଙ୍କ ଏହି ଧୃଷ୍ଟତା ପାଇଁ ଆମେ ଆପଣଙ୍କ ଉପରେ ୫୦ ହଜାର ଟଙ୍କା ଜୋରିମାନା ଲଗାଉଛୁ। ତେବେ ହାଇକୋର୍ଟଙ୍କ ରାୟ ବିରୋଧରେ  ଆବେଦନକାରୀ ସୁପ୍ରିମକୋର୍ଟରେ ଆବେଦନ କରିପାରିବେ ବୋଲି ଖଣ୍ଡପୀଠ କହିଛନ୍ତି। ‌ଏଭଳି ଅନର୍ଥକାରୀ ଏବଂ ଅନାବଶ୍ୟକ ଆବେଦନ କରୁଥିବା ଲୋକଙ୍କ ପାଇଁ ହିଁ ବିଭ୍ରାନ୍ତି ସୃଷ୍ଟି ହେଉଛି ଏବଂ ଅଯଥା ସମୟ ଅପଚୟ ହେଉଛି ବୋଲି ଅଦାଲତ କହିଛନ୍ତି।

Breaking News