Report Card Odisha

| Daily Odia News

ରାସ୍ତା କାମ ବେଳେ ଶ୍ରମିକଙ୍କ ଉପରେ ମାଡ଼ି ଗଲା ଟ୍ରକ୍‌,୩ ମୃତ…..

ରିପୋର୍ଟ କାର୍ଡ / ବରଗଡ଼

ରାତିରେ ୩ ଶ୍ରମିକ ରାସ୍ତା କାମ କରୁଥିବା ବେଳେ ହଠାତ୍‌ ମାଡ଼ି ଗଲା ଟ୍ରକ୍‌। ଫଳରେ ଘଟଣାସ୍ଥଳରେ ହିଁ ୩ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ବରଗଡ଼ ଜିଲ୍ଲା ସୋହେଲା ରାୟପୁର ରୋଡ ସ୍ଥିତ ଲୁହୁରାଚଟି ପାଖରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଗତ ବିଳମ୍ବିତ ରାତିରେ ଘଟିଛି ଏହି ଦୁଃଖଦ ଘଟଣା। ମୃତକ ୩ ଶ୍ରମିକଙ୍କ ପରିଚୟ ମିଳି ପାରି ନ ଥିବା ବେଳେ ସେମାନେ NHAIର ଠିକା କର୍ମଚାରୀ ବୋଲି ଜଣାଯାଇଛି। ରାୟପୁର ରୋଡ ସ୍ଥିତ ଲୁହୁରାଚଟି ପାଖରେ ରାସ୍ତା ଖରାପ ଥିବାରୁ ଗତ ରାତିରେ ସେଠାରେ ରାସ୍ତା କାମ ଚାଲିଥିଲା । ଉକ୍ତ ସମୟରେ ଆନ୍ଧାରରେ ଦ୍ରୁତ ଗତିରେ ମାଡ଼ି ଆସୁଥିବା ଟ୍ରକ୍‌ଟି ଶ୍ରମିକମାନଙ୍କ ଉପରେ ଚଢ଼ି ଚାଲି ଯାଇଥିଲା। ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ଶ୍ରମିକମାନଙ୍କ ମୃତଦେହ ରାସ୍ତାରେ ପଡ଼ିଥିବା ଦେଖିବାକୁ ପାଇଲେ। ଖବର ପାଇ ତୁରନ୍ତ ସୋହେଲା ପୋଲିସ ପହଞ୍ଚି ମୃତଦେହଗୁଡ଼ିକ ବ୍ୟବଚ୍ଛେଦ ପାଇଁ ପଠାଇଛି।ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରୁଛି |

Breaking News