Report Card Odisha

| Daily Odia News

ଏନ୍‌କାଉଣ୍ଟରରେ ୧୮ ନକ୍ସଲ ନିହତ….

ରିପୋର୍ଟ କାର୍ଡ / ମାଲକାନଗିରି

ମାଲକାନଗିରି ସୀମାନ୍ତ ଛତିଶଗଡ଼ରେ ଏନ୍‌କାଉଣ୍ଟର ହୋଇଛି। କାଂକେର ଜିଲ୍ଲା ଛୋଟେବେଟିଆ ଥାନା କଲପର ଜଂଗଲରେ ଏନକାଉଣ୍ଟର ହୋଇଥିବା ଜଣାପଡ଼ିଛି। ଏହି ଏନ୍‌କାଉଣ୍ଟରରେ ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ନକ୍ସଲ ନେତା ଶଭ୍କର ରାଓଙ୍କ ସମେତ ୧୮ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି। ଘଟଣାସ୍ଥଳରୁ ଏକେ ୪୭ ଓ ଇନସାସ୍ ବନ୍ଧୁକ ଜବତ ହୋଇଥି। ତେବେ ଗୁଳି ବିନିମୟରେ ଜଣେ ବିଏସ୍ଏଫ୍ ଇନ୍ସପେକ୍ଟର ସମେତ ୩ ଯବାନ ଆହତ ହୋଇଛନ୍ତି। ଆହତ ଯବାନମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ରିପୋର୍ଟ ଲେଖାଯିବା ବେଳକୁ ଘଟଣାସ୍ଥଳରେ ଗୁଳିବିନିମୟରେ ଜାରି ରହିଛି। ବିଶେଷ ସୂତ୍ରରୁ ଖବର ପାଇ ବିଏସଏଫ ଏବଂ ଡିଆରଜି ଯବାନ ହାପାଟୋଲା ଜଂଗଲରେ ସର୍ଚ୍ଚ ଅପରେସନ କରୁଥିଲେ। ନକ୍ସଲ ସେଠାରେ କ୍ୟାମ୍ପ କରି ନିର୍ବାଚନ ଭଣ୍ଡୁର ପାଇଁ ଯୋଜନା ପ୍ରସ୍ତୁତ କରୁଥିଲେ। ଯବାନଙ୍କୁ ଦେଖି ନକ୍ସଲ ଅତର୍କିତ ଗୁଳି ଚଳାଇଥିଲା। ଦୀର୍ଘ ସମୟ ଧରି ଗୁଳିବିନିମୟ ପରେ ନକ୍ସଲ ଛତ୍ରଭଙ୍ଗ ଦେଇଥିଲେ। ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ବେଳେ ଏକେ-୪୭ ବନ୍ଧୁକ,୩ ଏଲଏମଜି ସହ ବହୁ ମାତ୍ରାରେ ମାଓ ସାମଗ୍ରୀ ଜବତ କରାଯାଇଛି। ଜଂଗଲରୁ ଯବାନ ଫେରିବା ପରେ ହିଁ କେତେ ନକ୍ସଲ ମୃତ୍ୟୁବରଣ କରିଛନ୍ତି ତାହା ସ୍ପଷ୍ଟ ହେବ ବୋଲି କୁହାଯାଇଛି।

Breaking News