ରିପୋର୍ଟ କାର୍ଡ / କଟକ
ବରିଷ୍ଠ ନାଗରିକ ମାନେ ନିୟମିତ ବ୍ୟବଧାନ ରେ ନିଜ ନିଜର ସ୍ବାସ୍ଥ୍ୟ ପରୀକ୍ଷା ସାଙ୍ଗକୁ ହାର୍ଟ ପରୀକ୍ଷା କରିବା ଆବଶ୍ୟକ l ଶ୍ରୀରାମ ଚନ୍ଦ୍ର ଚିକିତ୍ସା ମହାବିଦ୍ୟାଳୟ ର କlର୍ଡିଓଲୋଜି ବିଭାଗ ମୁଖ୍ୟ ପ୍ରଫେସର ସୁର କିଶୋର ମିଶ୍ର ହାର୍ଟ ର ବିଭିନ୍ନ ଦିଗ ଉପରେ ଥୀଙ୍କର୍ସ କ୍ଳବ୍ ର ୧୦୨ ତମ ଆଭlସି ଆଲୋଚନାରେ ବିଶଦ ଭାବେ ଆଲୋକପାତ କରି ଥିଲେ l ଅନୁଷ୍ଠାନ ର ସଭାପତି ବରଦା ଦାସ ସଭା କାର୍ଯ୍ୟ ପରିଚାଳନା କରି ଆଲୋଚନା ଟି ପ୍ରେରଣା ଦାୟକ ବୋଲି କହିଥିଲେ l ରାଜ୍ୟ ବରିଷ୍ଠ ନାଗରିକ ଫେଡେରେ ସନ୍ ସଭାପତି ଡାକ୍ତର ପ୍ରସନ୍ନ କୁମାର ଦାସ,ସାଧାରଣ ସମ୍ପାଦକ ରlଜ କିଶୋର ସାମନ୍ତରାୟ,କlର୍ଲିଫର୍ଣିଆରୁ ପ୍ରଫେସର ଅନ୍ନପୂର୍ଣ୍ଣା ଦେବୀ ପାଣ୍ଡେ, ଭ।ସଣ ଦେଇଥିଲେ l ଆମେରିକା ବୋଷ୍ଟନରୁ ଲେଖିକା ମନୋରମା ଚୌଧୁରୀ ଧନ୍ୟବାଦ୍ ଅର୍ପଣ କରିଥିଲେ l






More Stories
ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା; ବିଦ୍ୟାଭାରତୀଙ୍କ ଆବେଦନର ଶୁଣାଣି ଶେଷ….
ଆମ ବସ୍’ ଯାତ୍ରା ମାଗଣା…..
ଡି.ଏ.ଭି. ପବ୍ଲିକ୍ ସ୍କୁଲ,କଳିଙ୍ଗ ନଗରରେ ରକ୍ଷାବନ୍ଧନ ଉତ୍ସବ ପାଳିତ…..