Report Card Odisha

| Daily Odia News

ଆଜି ପବିତ୍ର ରାମନବମୀ , ଦର୍ଶନ ପାଇଁ ଭକ୍ତଙ୍କ ପ୍ରବଳ ଭିଡ଼…….

ରିପୋର୍ଟ କାର୍ଡ / ଭୁବନେଶ୍ୱର / ନୂଆଦିଲ୍ଲୀ

ଆଜି ପବିତ୍ର ରାମନବମୀ | ଏହି ପବିତ୍ର ଦିନରେ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଙ୍କର ସବୁଠି ଚାଲିଛି ପୂଜା ଆରାଧନା। ପଲ୍ଲୀଠୁ ସହର ସବୁଠି ହୋଇପଡିଛି ଉତ୍ସବ ମୁଖର। ସଜେଇ ହୋଇଛି ସମଗ୍ର ଅଯୋଧ୍ୟା ନଗରୀ। ରାମନଗରୀରେ ଭଗବାନ ଶ୍ରୀରାମଙ୍କ ଜନ୍ମ ଦିବସକୁ ଧୁମଧାମରେ ପାଳନ କରାଯାଉଛି। ଦେଶର ବିଭିନ୍ନ ସ୍ଥାନରୁ ଲକ୍ଷଲକ୍ଷ ଭକ୍ତ ଏଠାରେ ପହଂଚିିଛନ୍ତି। ସମସ୍ତ ଭକ୍ତମାନେ କିଭଳି ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ ସେଥିପାଇଁ ସ୍ୱତନ୍ତ୍ର ଆୟୋଜନ କରାଯାଇଛି। ପୁରା ମନ୍ଦିର ପରିସରକୁ ସୁନ୍ଦର ଆଲୋକ ସହିତ ଫୁଲ ମାଳାରେ ସଜେଇ ଦିଆଯାଇଛି। ଏହାସହିତ ଦର୍ଶନ ସମୟକୁ ମଧ୍ୟ ବଢାଇ ଦିଆଯାଇଛି। ସୂର୍ଯ୍ୟତିଲକ ପାଇଁ ସ୍ୱତନ୍ତ୍ର ପ୍ରସ୍ତୁତି କରାଯାଇଛି। ମଧ୍ୟାହ୍ନ ୧୨:୧୬ରେ ସୂର୍ଯ୍ୟତିଲକ ଦେଖିବାକୁ ମିଳିବ। ମାତ୍ର ୪ମିନିଟ୍‌‌ ସମୟ ପାଇଁ ସୂର୍ଯ୍ୟତିଲକ ଅବଧି ରହିବ। ମନ୍ଦିର ପରିସରରେ ଭକ୍ତଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ପ୍ରବଳ ଗରମ ଗୁଳୁଗୁଳି ଯୋଗୁ ଭକ୍ତଙ୍କ ପାଇଁ ଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା ହୋଇଛି। ମଧ୍ୟାହ୍ନ ୧୨ଟା ସମୟରେ ରାମଲାଲାଙ୍କ ଜନ୍ମ ବାର୍ଷିକୀ ପାଳନ କରାଯିବ। ଜନ୍ମ ଦିବସ ଅବସରରେ ସୂର୍ଯ୍ୟ ଭଗବାନ ପ୍ରଭୁ ରାମଙ୍କ ତିଲକ କରିବାକୁ ଯାଉଛନ୍ତି।

Breaking News