ରିପୋର୍ଟ କାର୍ଡ / ଭୁବନେଶ୍ବର
ଛତିଗଡ଼ରେ ହୋଇଥିବା ମାଓ ଅପରେସନ ପରେ ଏବେ ରାଜ୍ୟ ସାରା ବିଭିନ୍ନ ସ୍ଥାନରେ ସର୍ଚ୍ଚ ଅପରେସନ କରୁଛନ୍ତି । ସୁରକ୍ଷାକୁ ଦୃଷ୍ଟିରେ ରଖି ଓଡିଶା ଛତିଶଗଡ଼ ସୀମାକୁ ସିଲ କରାଯାଇଛି। ସୀମାକୁ ସଂଯୋଗ କରୁଥିବା ରାସ୍ତାଗୁଡିକୁ ମଧ୍ୟ ସିଲ କରାଯାଇଛି। ମାଓବାଦୀଙ୍କ ସମ୍ଭାବ୍ୟ କ୍ୟାମ୍ପ ଉପରେ ନଜର ରଖାଯାଇଛି। ଏହାକୁ ଲକ୍ଷ୍ୟ ରଖି ଓଡ଼ିଶା ସହ ଛତିଶଗଡ ପୋଲିସ ମଧ୍ୟରେ ଗୁଇନ୍ଦା ତଥ୍ୟ ଆଦାନ ପ୍ରଦାନ ଚାଲିଛି। ଓଡ଼ିଶା ସହ ଛତିଶଗଡ ସୀମାକୁ କଡାକଡି ଭାବେ ସିଲ କରାଯାଇଛି। ନବରଙ୍ଗପୁର, କୋରାପୁଟ, ମାଲକାନଗିରି, ନୂଆପଡା ସୀମା ସିଲ ରହିଛି। ଛତିଶଗଡରୁ ମାଓବାଦୀ ଓଡ଼ିଶା ଆସିବାର ଆଶଙ୍କା ରହିଛି। ଓଡ଼ିଶା ପୋଲିସ, ସିଆରପିଏଫ, ବିଏସଏଫ, ଏସଓଜି, ଡିଭିଏଫ୍ ଯବାନଙ୍କୁ ଯେକୌଣସି ସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରଖାଯାଇଛି। ସୀମାରେ ଚାଲିଛି କଡ଼ା ପେଟ୍ରୋଲିଂ। ନାଇଟ ଭିଜନ ବାଇନାକୁଳର, ଡ୍ରୋନ୍ ଦ୍ଵାରା ନଜର ରଖାଯାଇଛି। ଆଗକୁ ନିର୍ବାଚନ ଥିବା ବେଳେ ଏହାଉପରେ କଡା ନଜର ରହିଛି। ଏଡିଜି ଅପରେସନ ଦେବୀଦତ୍ତ ସିଂ ସୂଚନା ପ୍ରଦାନ କରିଛନ୍ତି।






More Stories
୨୦ରୁ ଠିକାଦାରଙ୍କ ଆନ୍ଦୋଳନ…..
ପାରାଦୀପରେ ହେବ ବ୍ଲୁ ଫ୍ଲାଗ୍ ବିଚ୍…..
୩ ରାଜ୍ୟସଭା ଆସନ ଦଖଲ କରିବ ବିଜେପି….