ରିପୋର୍ଟ କାର୍ଡ / ମଧ୍ୟପ୍ରଦେଶ
ଇନ୍ଦୋରରେ ଥିବା ଏକ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ ଘଟିଛି। ଏଥିରେ ୫ଜଣ ଶ୍ରମିକ ପୋଡି ହୋଇ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ସେମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଇନ୍ଦୋରର ଚୋଇଥରାମ୍ ମେଡିକାଲରେ ଭର୍ତ୍ତି କରାଯାଇଛି। ଆହତମାନଙ୍କ ମଧ୍ୟରେ ଜଣେ ଶ୍ରମିକ ଇନ୍ଦୋରର ହୋଇଥିବା ବେଳେ ଅନ୍ୟ ୪ଜଣ ମହାରାଷ୍ଟ୍ର ବୋଲି ଜଣାପଡିଛି। ସୂଚନା ଅନୁଯାୟୀ ମହୁ ଅଞ୍ଚଳର ଅମ୍ବାଚନ୍ଦନ ଗାଁଠାରୁ ୫କି.ମି ଦୂର ଏହି ବାଣ କାରଖାନାରେ ସୁତୁଲି ବୋମା ତିଆରି ଚାଲିଥିଲା। ଏହି ସମୟରେ ହଠାତ ବିସ୍ଫୋରଣ ହେବାରୁ ୫ଜଣ ଶ୍ରମିକ ପୋଡି ହୋଇ ଗୁରୁତର ହୋଇଥିଲେ। ହସ୍ପିଟାଲରେ ସେମାନଙ୍କ ଚିକିତ୍ସା ଚାଲିଥିବା କହିଛନ୍ତି ଡିଏସପି ଉମାକାନ୍ତ ଚୌଧୁରୀ। ଖବର ପାଇ ଘଟଣାସ୍ଥଳରେ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ଓ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।






More Stories
ଆଜି ରାତିରେ ବଡ ଯୁଦ୍ଧ ! ୮ଟା ଯାଏଁ ଡେଡ୍ଲାଇନ୍…..
ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ,ଗୃହମନ୍ତ୍ରୀ, ମୁଖ୍ୟମନ୍ତ୍ରୀ….
ଇରାନର ଗୁପ୍ତଚର ମୁଖ୍ୟ ନିହତ…..