Report Card Odisha

| Daily Odia News

ରାଜଧାନୀରେ ଫୁଟିଲା ଗୁଳି, ASIଙ୍କୁ ହତ୍ୟା…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ରାଜଧାନୀ ଦିଲ୍ଲୀରେ ବିଚ୍‌ ରାସ୍ତାରେ ଏଏସ୍‌ଆଙ୍କ ଉପରକୁ ଗୁଳିମାଡ ହୋଇଛି । ଘଟଣାସ୍ଥଳରେ ହିଁ ଜୀବନ ଯାଇଛି ଏଏସ୍‌ଆଇଙ୍କର । ସେହିପରି ଆଉ ଜଣେ ଆହତ ହୋଇଛନ୍ତି। ଏହି ଘଟଣା ପରେ ଅଭିଯୁକ୍ତ ଜଣକ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ମଙ୍ଗଳବାର ଦିଲ୍ଲୀର ମିତ୍‌ ନଗର ସ୍ଥିତ ଓଭରବ୍ରିଜ୍‌ରେ ହଠାତ୍‌ ହୋଇଥିଲା ଗୁଳିମାଡ। ବ୍ୟସ୍ତ ବହୁଳ ରାସ୍ତା ଉପରେ ଦିଲ୍ଲୀ ପୋଲିସରେ କାର୍ଯ୍ୟରତ ଥିବା ଏଏସ୍‌ଆଇ ଦିନେଶ ଶର୍ମା ବାଇକ୍‌ରେ ଯାଉଥିବା ବେଳେ ତାଙ୍କ ଉପରକୁ ଗୁଳିମାଡ ହୋଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ସେ ଟଳି ପଡିଥିଲେ। ପରେ ତାଙ୍କୁ ହସ୍ପିଟାଲକୁ ନିଆଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ସେହିପରି ଅଭିଯୁକ୍ତ ଜଣକ ସ୍କୁଟିରେ ଆସୁଥିବା ୩୦ ବର୍ଷୀୟ ଆମିତ କୁମାର ନାମକ ଜଣେ ଯୁବକଙ୍କ ଉପରକୁ ମଧ୍ୟ ଗୁଳିମାଡ କରିଥିଲେ। ଏଥିରେ ସେ ଗୁରୁତର ଥିବା ସୂଚନା ମିଳଛି। ପୋଲି ସୂଚନା ଅନୁସାରେ- ଦୁଇ ଜଣଙ୍କ ଉପରକୁ ଗୁଳିମାଡ କରିଥିବା ଅଭିଯୁକ୍ତ ଜଣକ ହେଉଛନ୍ତି ୪୪ ବର୍ଷୀୟ ମୁକେଶ କୁମାର। ଗୁଳିମାଡ ପରେ ମୁକେଶ ଏକ ଅଟୋ ରିକ୍ସା ଅଟକାଇ ସେଥିରେ ଜୋର ଜବରଦସ୍ତ ବସି ଯାଇଥିଲେ। ତେବେ ଅଟୋ ଡ୍ରାଇଭର ମୁକେଶଙ୍କୁ ଏଥିପାଇଁ ବାରଣ କରିବା ପରେ ସେ ତାଙ୍କ ଉପରକୁ ମଧ୍ୟ ଗୁଳିମାଡ କରିଥିଲେ। କିନ୍ତୁ ଡ୍ରାଇଭର ଜଣକ ଏଥିରୁ ଅଳ୍ପକେ ବର୍ତ୍ତି ଯାଇଥିଲେ। ପରେ ମୁକେଶ ନିଜକୁ ନିଜେ ଗୁଳିମାଡ କରି ଆତ୍ମହତ୍ୟା କରିଥିବା କୁହାଯାଉଛି।

Breaking News