ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଓ କଂଗ୍ରେସ ନେତା ରାହୁଲ ଗାନ୍ଧୀ ସମ୍ବାଦିକ ସମ୍ମିଳନୀ କରି ବିଜେପି ଉପରେ ବର୍ଷିଛନ୍ତି। ଅଖିଳେଶ କହିଛନ୍ତି ଯେ ଇଣ୍ଡିଆ ମେଣ୍ଟ ଉତ୍ତରପ୍ରଦେଶର ଗାଜିଆବାଦରୁ ଆରମ୍ଭ କରି ଗାଜିପୁର ପର୍ଯ୍ୟନ୍ତ ବିଜେପିକୁ ମୂଳପୋଛ କରିଦେବ। ବିଜେପି କେବଳ ମିଛ କହିବା କାମ କରେ। ସେହିପରି ରାହୁଲ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁର୍ନୀତିର ଚାମ୍ପିୟନ୍। ବର୍ତ୍ତମାନ ଦେଶରେ ଥିବା ମୁଖ୍ୟ ସମସ୍ୟାକୁ ନେଇ ବିଜେପି ସରକାର କୌଣସି ଆଲୋଚନା କରୁନାହାଁନ୍ତି। ଦେଶରେ ଚାଷୀ, ଯୁବକ, ମହିଳା ସମସ୍ତେ ଦୁଃଖରେ ଅଛନ୍ତି। ଚାଷୀଙ୍କ ଆୟ ଦୁଇ ଗୁଣା କରିବାକୁ କହିଥିଲେ, ଯୁବକଙ୍କୁ ରୋଜଗାର ଦେବାକୁ ପ୍ରତିଶ୍ରୁତି ଦେଇଥିଲେ ସେସବୁ କୁଆଡେ ଗଲା ବୋଲି ପ୍ରଶ୍ନ କରିଛନ୍ତି ରାହୁଲ। ଏହାସହିତ ମତଦାନ ଦିନ ସାବଧାନତାର ସହ ଭୋଟ ଦେବାକୁ କହିଛନ୍ତି।






More Stories
ରାଜ୍ୟ ସଭାରେ ଉଠିଲା ଓଡ଼ିଶାର ଜାତିଗତ ଭେଦଭାବ କଥା……
ସେବାତୀର୍ଥ ଓ କର୍ତ୍ତବ୍ୟ ଭବନ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ….
ସଂସଦ କାର୍ଯ୍ୟ ୯ ପର୍ଯ୍ୟନ୍ତ ମୁଲତବୀ…..