ରିପୋର୍ଟ କାର୍ଡ / ଭୁବନେଶ୍ୱର
ଭୁବନେଶ୍ୱର ବିମାନବନ୍ଦରରୁ ଏକ କେଜି ସୁନା ଜବତ ହୋଇଛି। ବିମାନବନ୍ଦରରେ କାର୍ଯ୍ୟରତ କର୍ମଚାରୀ ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କ ଠାରୁ ଏହି ସୁନା ଜବତ କରିଛନ୍ତି। ବ୍ୟାଙ୍କକରୁ ଭୁବନେଶ୍ୱର ଆସି ଅବତରଣ କରିବା ପରେ ଜଣେ ଅଣ ଓଡ଼ିଆ ଯାତ୍ରୀଙ୍କ ଠାରୁ ଏହି ସୁନା ଜବତ କରିଛି କଷ୍ଟମ ବିଭାଗ। ବ୍ୟକ୍ତି ଜଣଙ୍କ ଏକ କେଜି ସୁନାକୁ ଗୋଲି ଆକାରରେ ନିଜ ମଳଦ୍ୱାରରେ ଲୁଚାଇ ଆଣୁଥିଲେ। ଏପରିକି ମେଟାଲିକ ସ୍କାନରରେ ବ୍ୟକ୍ତି ଜଣଙ୍କ ସ୍କାନ ହୋଇଥିଲେ ମଧ୍ୟ ଧରାପଡ଼ି ନଥିଲେ। ତେବେ ଗୁଇନ୍ଦା ବିଭାଗ ଖବର ଅନୁସାରେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ କଷ୍ଟମ ଅଧିକାରୀ ଚେକିଂ କରିବା ସହ ଶୌଚାଳୟ ନେଇ ସେଠାରେ ଶୌଚ କରାଇବା ପରେ ସେଥିରୁ କେଜିଏ ସୁନା ବାହାରିଥିଲା। ଜବତ ସୁନା ବେଆଇନ ବୋଲି ଜଣାପଡ଼ିବା ପରେ ସୁନା ଜବତ କରାଯିବା ସହ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି।






More Stories
ଭାରତ ବନ୍ଦରେ ୩୦କୋଟି ଶ୍ରମିକ ସାମିଲ…..
ଭଡ଼ାଘର ଦେବେ ସରକାର…..
୧୯ରୁ ମାଟ୍ରିକ ପରୀକ୍ଷା……