ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଲୋକସଭା ନିର୍ବାଚନ ପାଇଁ ଟିଏମ୍ସି ଇସ୍ତାହାର ଜାରି କରିଛି। ଏଥିରେ ବିପିଏଲ ପରିବାରକୁ ବର୍ଷକୁ ୧୦ଟି ଏଲ୍ପିଜି ସିଲିଣ୍ଡର ଓ ମାସକୁ ୫ କିଲୋ ଚାଉଳ ମାଗଣା ଦିଆଯିବାକୁ ପ୍ରତିଶ୍ରୁତି ଦିଆଯାଇଛି। ଏହା ସହିତ ଇଣ୍ଡି-ମେଣ୍ଟ କ୍ଷମତାକୁ ଆସିଲେ ଜାତୀୟ ନାଗରିକ ରେଜିଷ୍ଟର(ଏନ୍ଆର୍ସି), ନାଗରିକତା ସଂଶୋଧ ଆଇନ (ସିଏଏ) ଏବଂ ୟୁନିଫର୍ମ ସିଭିଲ୍ କୋଡ୍ (ୟୁସିସି)କୁ ରଦ୍ଦ କରାଯିବ ବୋଲି ଟିଏମ୍ସି କହିଛି। ତୃଣମୂଳ କଂଗ୍ରେସ ନେତ୍ରୀ ମମତା ବାନାର୍ଜୀ ଆଜି ଏକ ନିର୍ବାଚନୀ ସଭାରେ ବିଜେପିକୁ କଡ଼ା ସମାଲୋଚନା କରି କହିଛନ୍ତି ଯେ ଯେ ସମଗ୍ର ଦେଶକୁ ବିଜେପି ଏକ ଶରଣାର୍ଥୀ ବନ୍ଦୀ ଶିବିରରେ ପରିଣତ କରିବାକୁ ଚେଷ୍ଟା କରୁଛି। ସେ ତାଙ୍କ ଜୀବନକାଳ ମଧ୍ୟରେ ଏଭଳି ବିପଦ କେବେ ଦେଖିନାହାନ୍ତି। ଯଦି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କ୍ଷମତାକୁ ଆସନ୍ତି ତେବେ ଦେଶରେ ଗଣତନ୍ତ୍ର କିମ୍ବା ନିର୍ବାଚନ ରହିବ ନାହିଁ। ଇଣ୍ଡି ମେଣ୍ଟକୁ ସରକାର ଗଠନ ପାଇଁ ସୁଯୋଗ ଦେଲେ ହିଁ ଦେଶର ସମ୍ବିଧାନ ସଠିକ୍ କାମ କରିବ ବୋଲି ସେ କହିଛନ୍ତି।






More Stories
୧୦ ପର୍ଯ୍ୟନ୍ତ କାଳବୈଶାଖୀ…..
ଆଜି ରାତିରେ ବଡ ଯୁଦ୍ଧ ! ୮ଟା ଯାଏଁ ଡେଡ୍ଲାଇନ୍…..
ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ,ଗୃହମନ୍ତ୍ରୀ, ମୁଖ୍ୟମନ୍ତ୍ରୀ….