ରିପୋର୍ଟ କାର୍ଡ / କେନ୍ଦ୍ରାପଡା
ପାନ ଏବଂ ଥଣ୍ଡା ପାନୀୟ ଦେବାକୁ ମନା କରିବାରୁ ଯୁବକଙ୍କୁ ଛୁରୀ ଭୁସି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଘଟଣା ଘଟିଛି କେନ୍ଦ୍ରାପଡା ଟାଉନ ଥାନା ବଳରାମପୁର ହନୁମାନ ମନ୍ଦିର ନିକଟରେ। ମୃତ ଯୁବକ ଜଣଙ୍କ ହେଲେ ଅକ୍ଷୟ ଖଟୁଆ। ଗତକାଲି ଅକ୍ଷୟ କାମରୁ ଘରକୁ ଫେରିବା ବେଳେ ହନୁମାନ ମନ୍ଦିର ନିକଟରେ ଥିବା ଦୋକାନରେ ପାନ କିଣୁଥିଲେ। ଏହି ସମୟରେ ରୁଦ୍ର ସେଠାରେ ପହଞ୍ଚିଥିଲେ। ଅକ୍ଷୟଙ୍କୁ ପାନ ଏବଂ ଥଣ୍ଡା ପାନୀୟ କିଣି ଦେବାରୁ କହିଥିଲେ। ହେଲେ ଅକ୍ଷୟ ଦେବାକୁ ମନା କରି ଦେଇଥିଲେ। ଏହାକୁ ନେଇ ଦୁଇ ଜଣଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ରୁଦ୍ର ଉତ୍ତ୍ୟକ୍ତ ହୋଇ ଅକ୍ଷୟଙ୍କୁ ଛୁରୀରେ ଆକ୍ରମଣ କରିଥିଲେ। ଅକ୍ଷୟଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ଉଦ୍ଧାର କରି ମେଡ଼ିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହାସହ ଅଭିଯୁକ୍ତ ରୁଦ୍ରକୁ କାବୁ କରି ସ୍ଥାନୀୟ ଲୋକେ ପୋଲିସ ଜିମାରେ ଦେଇଥିଲେ। ପୋଲିସ ଘଟଣାର ତଦନ୍ତ କରୁଛି।






More Stories
୨୦ରୁ ଠିକାଦାରଙ୍କ ଆନ୍ଦୋଳନ…..
ପାରାଦୀପରେ ହେବ ବ୍ଲୁ ଫ୍ଲାଗ୍ ବିଚ୍…..
୩ ରାଜ୍ୟସଭା ଆସନ ଦଖଲ କରିବ ବିଜେପି….