ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଏକତରଫା ପ୍ରେମ କରି ଜଣେ ଯୁବକ ଏମସିଏ ଛାତ୍ରୀଙ୍କୁ ହତ୍ୟା କରିଛନ୍ତି। କର୍ଣ୍ଣାଟକର ହୁବଲିରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ମୃତ ଛାତ୍ରୀ ଜଣକ କଂଗ୍ରେସ କର୍ପୋରେଟର ନିରଞ୍ଜନ ହିରମାଥ୍ଙ୍କ ଝିଅ ନେହା ବୋଲି ଜଣାପଡ଼ିଛି। ହତ୍ୟାକାରୀର ନାମ ଫୟାଜ। ପୋଲିସ ସୂତ୍ରରୁ ପ୍ରକାଶ, ନେହା ବିଭିବି କଲେଜରେ ପ୍ରଥମ ବର୍ଷର ଏମସିଏ ଛାତ୍ରୀ ଥିଲେ। ଏହି କଲେଜରେ ଫୟାଜ ବି ପଢ଼ୁଥିଲା। କିଛିଦିନ ହେବ ଫୟାଜ ନେହା ଯେଉଁଆଡେ ଯାଉଥିଲେ ତାଙ୍କର ପଛରେ ପଛରେ ଯାଉଥିଲା। ନିକଟରେ ଫୟାଜ ନେହାଙ୍କୁ ଏକତରଫା ଭଲ ପାଇ ବିବାହ କରିବା ପାଇଁ ପ୍ରସ୍ତାବ ଦେଇଥିଲା। କିନ୍ତୁ ଏହି ପ୍ରସ୍ତାକୁ ନେହା ଏଡ଼ାଇ ଦେଇଥିଲେ। ଯେଉଁଥିପାଇଁ ଫୟାଜକୁ ଅପମାନିତ ହେବାକୁ ପଡ଼ିଥିଲା। ଏହି ଅପମାନର ପ୍ରତିଶୋଧ ନେବା ପାଇଁ ସେ କଲେଜ କ୍ୟାମ୍ପସରେ ନେହା ଥିବା ବେଳେ ତାଙ୍କୁ ଛୁରାମାଡ଼ କରି ହତ୍ୟା କରିବା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। କଲେଜ କର୍ତ୍ତୃପକ୍ଷ ତୁରନ୍ତ ନେହାଙ୍କୁ ରକ୍ତାକ୍ତ ଅବସ୍ଥାରେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ତହନ୍ତ ଆରମ୍ଭ କରି ହୁବଲିରୁ ଫୟାଜକୁ ଗିରଫ କରିଥିଲା। ଏଥିସହ ନେହାଙ୍କୁ ହତ୍ୟା କରିବା ସମୟରେ ଫୟାଜ ବ୍ୟବହାର କରିଥିବା ଛୁରୀକୁ ପୋଲିସ ଜବତ କରି ଯାଞ୍ଚ ଜାରି ରଖିଛି।






More Stories
ରାଜ୍ୟ ସଭାରେ ଉଠିଲା ଓଡ଼ିଶାର ଜାତିଗତ ଭେଦଭାବ କଥା……
ସେବାତୀର୍ଥ ଓ କର୍ତ୍ତବ୍ୟ ଭବନ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ….
ସଂସଦ କାର୍ଯ୍ୟ ୯ ପର୍ଯ୍ୟନ୍ତ ମୁଲତବୀ…..